Odisha news

ରାଜ୍ୟରେ ଆଜି ପୁଣି ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ

0

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପୁରୀରୁ ଜଣେ ଓ କଳାହାଣ୍ଡି ଜିଲ୍ଲାରୁ ଆଜି ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଗଞ୍ଜାମ ଜିଲ୍ଲାରୁ ୪, ଯାଜପୁର ଜିଲ୍ଲାରୁ ୫, ସମ୍ବଲପୁର ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୩, ନୟାଗଡ଼ ଜିଲ୍ଲାରୁ ୧୧, ଜଗତସିଂହପୁରରୁ ୨, ଅନୁଗୁଳ ଜିଲ୍ଲାରୁ ୨ ଓ କଟକ ଜିଲ୍ଲାରୁ ୯ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ଜଣାଯାଇଛି। ଆଜି ବି ମାଲକାନଗିରି ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୫୩ରେ ପହଞ୍ଚିଥିବା ବେଳେ ୩୪୭ଜଣ ସୁସ୍ଥ ହୋଇଛନ୍ତି। ଏବେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।

Govt
Leave A Reply