Odisha news

ନସିମ ଶାହାଙ୍କ ଭଲ ବ୍ୟାଟିଂ ପ୍ରଦର୍ଶନ କିନ୍ତୁ ହାରିଲା ପାକିସ୍ତାନ , ଲୋକଙ୍କ ମନ କିଣିଲେ ନସିମ

0

ନୂଆଦିଲ୍ଲୀ: ହୃଦସ୍ପନ୍ଦନ ରୋକି ଦେବା ଭଳି ମ୍ୟାଚରେ ରୋହିତଙ୍କ ଟିମ୍ ପାକିସ୍ତାନକୁ ୬ରନରେ ପରାସ୍ତ କରିବାରେ ସଫଳ ହୋଇଥିଲେ। ଭାରତ ଦେଇଥିବା ୧୨୦ରନ୍‌ର ଟାର୍ଗେଟକୁ ଲକ୍ଷ୍ୟ କରି ପାକିସ୍ତାନ ମ୍ୟାଚ୍ ଆରମ୍ଭ କରିଥିଲେ ବି ୨୦ ଓଭରରେ ୭ୱିକେଟ୍ ହରାଇ ମାତ୍ର ୧୧୩ରନ୍ ସ୍କୋର କରିପାରିଥିଲା। ମ୍ୟାଚର ଶେଷ ମୁହୂର୍ତ୍ତରେ ନସିମ ଶାହା ଭଲ ବ୍ୟାଟିଂ କରିଥିଲେ। କିନ୍ତୁ ସେ ଦଳକୁ ଜିତିବାରେ ସାହାଯ୍ୟ କରିପାରିନଥିଲେ।

ଭାରତ ବିପକ୍ଷ ରୋମାଞ୍ଚକର ମ୍ୟାଚରେ ବିଜୟର ଏତେ ପାଖକୁ ଆସି ହାରିବା ପରେ କ୍ରିକେଟର ନସିମ ଶାହା ତାଙ୍କ ଲୁହକୁ ଆଉ ନିୟନ୍ତ୍ରଣ କରିପାରିନଥିଲେ। ଏମିତି କି ସେ ଶାହିନ୍ ଆଫ୍ରିଦିଙ୍କ ସହିତ ପଡ଼ିଆରୁ ବାହାରକୁ ଆସୁଥିବା ବେଳେ କାନ୍ଦି କାନ୍ଦି ଆସୁଥିବା ଭାଇରାଲ ଭିଡିଓରେ ଦେଖାଯାଇଛି। ନସିମଙ୍କୁ କାନ୍ଦୁଥିବାର ଦେଖି ଶାହିନ୍ ତାଙ୍କୁ ସାନ୍ତ୍ବନା ଦେଉଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକଙ୍କ ମନ କିଣିଛି। ନିଜର ପ୍ରତିକ୍ରିୟା ଦେଇ ଲୋକେ ତାଙ୍କ ମନୋବଳ ବଢ଼ାଇଥିବା ଦେଖିବାକୁ ମିଳିଛି।

ତେବେ ଏହି ଭିଡିଓ ସହ ଆଉ ଏକ ଫଟୋ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ରୋହିତ ଶର୍ମା ଓ ନସିମ ଶାହ ନଜର ଆସୁଛନ୍ତି। ଫଟୋର କ୍ୟାପସନରେ ଲେଖାଯାଇଛି ଯେ, ନସିମଙ୍କ କାନ୍ଦ ଥିବା ଦେଖି ‌ରୋହିତ ଶର୍ମା ତାଙ୍କୁ ସାନ୍ତ୍ବନା ଦେଇଥିଲେ ଏବଂ ଭଲ ପ୍ରଦର୍ଶନ କରିଛ ବୋଲି କହିଥିଲେ। ତେବେ ଏଥିରେ କେତେ ସତ୍ୟତା ରହିଛି, ତାହା ଜଣାପଡ଼ିନାହିଁ।

 

 

Nalco

Leave A Reply