Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ କ୍ୟାବିନେଟରେ କାହାକୁ କେଉଁ ମନ୍ତ୍ରଣାଳୟ ମିଳିଲା : ଆସନ୍ତୁ ଜାଣିବା

0

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କ ନୂତନ କ୍ୟାବିନେଟ ସହିତ ପ୍ରଥମ ବୈଠକ କରିଛନ୍ତି। ନୂତନ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ମନ୍ତ୍ରଣାଳୟ ବଣ୍ଟନ କରାଯାଇଛି। ନୀତିନ ଗଡକରୀଙ୍କୁ ସଡକ ପରିବହନ ମନ୍ତ୍ରଣାଳୟ ଦିଆଯାଇଛି ଯାହା ସେ ଗତଥର ମଧ୍ୟ ପାଇଥିଲେ।

ଅଜୟ ତାମତା ଏବଂ ହର୍ଷ ମାଲହୋତ୍ରାଙ୍କୁ ସଡକ ପରିବହନ ମନ୍ତ୍ରୀ କରାଯାଇଛି। ସେହିପରି ରାଜନାଥ ସିଂଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ, ଅମିତଶାହଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ମଳା ସୀତାରମଣଙ୍କୁ ଅର୍ଥ ମନ୍ତ୍ରଣାଳୟ, ଏସ.ଜୟଶଙ୍କରଙ୍କୁ ବୈଦେଶିକ ମନ୍ଦ୍ରଣାଳୟ ପ୍ରଦାନ କରାଯାଇଛି। ସେହିପରି ମନୋହର ଲାଲ ଖଟ୍ଟରଙ୍କୁ ଶକ୍ତି, ସହର ବିକାଶ ଏବଂଗୃହ ନିର୍ମାଣ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି।

କାହାକୁ କେଉଁ ମନ୍ତ୍ରଣାଳୟ

ନିତିନ ଗଡକରୀ -ସଡକ ପରିବହନ ମନ୍ତ୍ରଣାଳୟ
ଅଜୟ ତାମତା- ସଡକ ପରିବହନ ମନ୍ତ୍ରଣାଳୟ
ହର୍ଷ ମଲହୋତ୍ରା -ସଡକ ପରିବହନ ମନ୍ତ୍ରଣାଳୟ
ଏସ୍.ଜୟଶଙ୍କର-ବୈଦେଶିକ ମନ୍ତ୍ରଣାଳୟ
ଅଶ୍ୱିନୀ ବୈଷ୍ଣବ- ରେଳ  ମନ୍ତ୍ରଣାଳୟ ଏବଂ ପ୍ମରସାରଣ ମନ୍ତ୍ରଣାଳୟ
ମନୋହର ଲାଲ ଖଟ୍ଟର-ଶକ୍ତି ମନ୍ତ୍ରଣାଳୟ
ଶ୍ରୀପଦ ନାୟକ-ଶକ୍ତି ମନ୍ତ୍ରଣାଳୟ

ଜିତନ୍ ରାମ ମାଂଝୀ-ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ
ଶୋଭା କରନ୍ଦଲାଜେ -ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରଣାଳୟ
ଶିବରାଜ ସିଂ ଚୌହାନ-କୃଷି , ପଞ୍ଚାୟତି ରାଜ ମନ୍ତ୍ରଣାଳୟ
ଧର୍ମେନ୍ଦ୍ର ପ୍ରଧାନ-ଶିକ୍ଷା ମନ୍ତ୍ରଣାଳୟ
ରାଜନାଥ ସିଂ-ପ୍ରତିରକ୍ଷା ମନ୍ତ୍ରଣାଳୟ
ନିର୍ମଳା ସୀତାରମଣ-ଅର୍ଥ ମନ୍ତ୍ରଣାଳୟ

ଚିରାଗ ପାସୱାନ୍-କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ, ଯୁବ କଲ୍ୟାଣ ମନ୍ତ୍ରୀ
ଗଜେନ୍ଦ୍ର ସିଂ ଶେଖୱାଟ-ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ
ସୁରେଶ ଗୋପୀ-ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ
ରାଓ ଇନ୍ଦରଜିତ ସିଂ-ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ
କିରେନ୍ ରିଜିଜୁ -ସଂସଦୀୟ ବ୍ୟାପାର ମନ୍ତ୍ରୀ
ରାମ ମୋହନ ନାଇଡୁ-ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ପୀୟୁଷ ଗୋୟଲ-ବାଣିଜ୍ୟ ମନ୍ତ୍ରଣାଳୟ

ସର୍ବାନନ୍ଦ ସୋନୋୱାଲ-ବନ୍ଦର ପରିବହନ ମନ୍ତ୍ରୀ
ଶାନ୍ତାନି ଠାକୁର-ବନ୍ଦର ପରିବହନ ପାଇଁ ରାଜ୍ୟ ମନ୍ତ୍ରୀ
ସିଆର ପାଟିଲ୍-ଜଳ ଶକ୍ତି ମନ୍ତ୍ରୀ
ଭୁପେନ୍ଦ୍ର ଯାଦବ-ପରିବେଶ ମନ୍ତ୍ରୀ
ଅନ୍ନପୂର୍ଣ୍ଣା ଦେବୀ -ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ
ରାବଣ ବିଟୁ-ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
ତୋଖାନ୍ ସାହୁ- ନଗର ଉନ୍ନୟନ ମନ୍ତ୍ରୀ
ପ୍ରହ୍ଲାଦ ଯୋଶୀ-ଗ୍ରାହକ ବ୍ୟାପାର ମନ୍ତ୍ରୀ

ହରଦୀପ୍ ସିଂ ପୁରୀ-ପେଟ୍ରୋଲିୟମ ମନ୍ତ୍ରୀ

Govt
Leave A Reply