ନୂଆଦିଲ୍ଲୀ: ମଙ୍ଗଳଗ୍ରହକୁ ନେଇ ପୂର୍ବରୁ ଅନେକ ତଥ୍ୟ ପ୍ରକାଶ ପାଇଥିବା ବେଳେ ଏବେ ଆଉ ଏକ ନୂତନ ଖବର ସାମ୍ନାକୁ ଆସିଛି। ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ୨୦୧୧ ମସିହାରେ ମଙ୍ଗଳ ଗ୍ରହର ଉଠାଇ ଥିବା ଏକ ଫଟୋକୁ ମାର୍ଚ୍ଚ ୧ରେ ସେୟାର କରିଛି। ଏହି ଫଟୋରେ ମଙ୍ଗଳ ପୃଷ୍ଠରେ ଏକ ରହସ୍ୟମୟ ଛିଦ୍ର ଦେଖିବାକୁ ମିଳିଥିବା ବୈଜ୍ଞାନିକମାନଙ୍କ ସୂତ୍ରରୁ ପ୍ରକାଶ।

ଏହି ଘଟଣାକୁ ନେଇ ବୈଜ୍ଞାନିକମାନେ ମଙ୍ଗଳଗ୍ରହରେ ଜୀବନର କିଛି ପ୍ରମାଣ ମିଳିପାରେ ବୋଲି ଅନୁମାନ କରୁଛନ୍ତି। ୩୫ ମିଟର ବ୍ୟାସ ଥିବା ଏହି ଛିଦ୍ର ନିକଟରେ କେତେଟି ଗୁମ୍ଫା ଥିବା ଜଣାପଡ଼ିଛି। ବୈଜ୍ଞାନିକମାନେ ଏହି ଫଟୋର ତାତ୍ପର୍ଯ୍ୟ ନେଇ ଅଧ୍ୟୟନ ଜାରି ରଖିଛନ୍ତି।
ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି, ନାସା ମଙ୍ଗଳଗ୍ରହକୁ ଏକ ରୋବଟ ଅର୍ବିଟରକୁ ପଠାଇଛି। ଏହି ରୋବଟ ଲଗାତାର ମଙ୍ଗଳଗ୍ରହର ଫଟୋ ଉଠାଇ ପ୍ରେରଣ କରୁଛି। ମଙ୍ଗଳଗ୍ରହରେ ଛିଦ୍ର ଥିବା ଯେଉଁ ଫଟୋରେ ଦେଖିବାକୁ ମିଳୁଛି ତାହାକୁ ବି ଏହି ଆର୍ବିଟର ରୋବଟ ପଠାଇଛି। ଏହି ଛିଦ୍ର ଜଣାପଡ଼ିବା ପରେ ନାସା ଆଗାମୀ ବିଶ୍ଲେଷଣ କରିଥିଲା। ଯେଉଁଥିରେ ଜଣାପଡ଼ିଥିଲା କି ଛିଦ୍ରଟି ପାଖାପାଖି ୨୦ମିଟର ଗଭୀର ରହିଛି।

ନାସା ନିଜର ଏକ ବ୍ଲଗ୍ରେ କହିଛି କି, ଏହି ଛିଦ୍ର ଆଖପାଖରେ ଅନେକ ସୁରକ୍ଷିତ ଗୁମ୍ଫାର ବି ସନ୍ଧାନ ମିଳିଛି। ଯାହାର ଲମ୍ବ ୩୫ମିଟର ଥିବା ବେଳେ ଗଭୀର ୨୦ମିଟର ଥିବା ଅନୁମାନ କରାଯାଉଛି। ବୈଜ୍ଞାନିକମାନେ ଏହା ଉପରେ ଅଧ୍ୟୟନ ଜାରି ରଖିଛନ୍ତି। ଆଗକୁ ଏହାକୁ ନେଇ ଆହୁରି ନୂତନ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।