Odisha news

ଜୟନ୍ତୀରେ ବିଜୁବାବୁଙ୍କ ସାହସିକତା କଥା ମନେପକାଇଲେ ମୋଦୀ, ଜାରି କଲେ ବ୍ରିଟିଶ ସରକାରଙ୍କ ଗୋପନ ରିପୋର୍ଟ

0

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ଟ୍ଵିଟ କରି ମୋଦୀ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି  ଅର୍ପଣ କରିବା ସହ ଓଡ଼ିଶା ଓ ଭାରତର ବିକାଶ ଲାଗି ସେ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି ।

ନିଜର ଏହି ଟ୍ଵିଟରେ ସେ ବିଜୁବାବୁଙ୍କ ଅସାଧାରଣ ସାହସର ସ୍ମୃତିଚାରଣ କରିବା ସହ ୧୯୪୫ରେ ତତକାଳୀନ ବ୍ରିଟିଶ ସରକାରଙ୍କ ଅଧିନସ୍ଥ ଗୁଇନ୍ଦା ବ୍ୟୁରୋର ଏକ ଗୁପ୍ତ ରିପୋର୍ଟକୁ ନିଜ ଟ୍ଵିଟ ସହ ସଂଲଗ୍ନ କରିଛନ୍ତି ।

Narendra Modi

@narendramodi

Remembering Biju Babu on his Jayanti. This document from the pages of history (dated 1945) gives a glimpse of his courage (flying Dr. Lohia, who was then underground) and excellence.

Biju Babu worked tirelessly for India’s progress and pioneered the development of Odisha.

View image on Twitter
4,798 people are talking about this
ଏହି ରିପୋର୍ଟରେ କୁହାଯାଇଛି ଯେ ବିଜୁ ପଟ୍ଟନାୟକ ତତକାଳୀନ ଇଣ୍ଡିଆନ ନ୍ୟାସନାଲ ଏୟାରେଓ୍ଵଜରେ ଜଣେ ପାଇଲଟ ଥିବା ବେଳେ କମ୍ପାନିର ନିୟମ ଓ ବ୍ରିଟିଶ ସରକାରଙ୍କ କଟକଣାକୁ ଖାତିର ନ କରି ସ୍ୱାଧୀନତା ସଂଗ୍ରାମୀ ରାମ ମନୋହର ଲୋହିଆଙ୍କୁ ଦିଲ୍ଲୀରୁ କାଲକାତା (ବର୍ତ୍ତମାନର କୋଲକାତା)କୁ ନେଇଯାଇଥିଲେ । ସେତେବେଳେ ଲୋହିଆ ଆତ୍ମଗୋପନ କରିଥିଲେ।  ଏହା ଦ୍ୱାରା ବିଜୁ ପଟ୍ଟନାୟକ ଜଣେ ପାଇଲଟ ହିସାବରେ ନିଜ ପଦର ଦୁରୁପଯୋଗ କରିଥିଲେ ବୋଲି ଗୁଇନ୍ଦା ବ୍ୟୁରୋ ବ୍ରିଟିଶ ସରକାରଙ୍କୁ ରିପୋର୍ଟ ଦେଇଥିଲା । ଏହା ପରେ କମ୍ପାନି ପକ୍ଷରୁ ବିଜୁବାବୁଙ୍କୁ ନିଲମ୍ବିତ କରାଯାଇଥିଲା ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସେତେବେଳେ ପୂର୍ବଭାରତରେ ସ୍ୱାଧୀନତା ଆନ୍ଦୋଳନ ତୀବ୍ର ହୋଇଥିବା ଦୃଷ୍ଟିରୁ ବିଜୁ ପଟ୍ଟନାୟକଙ୍କୁ ବ୍ରିଟିଶ ସରକାର ବିପଦ ମନେକରୁଥିଲେ । ଏହା ସତ୍ତ୍ୱେ ସେମାନେ ବିଜୁବାବୁଙ୍କୁ ଅଧିକ ସମୟ ନିଲମ୍ବିତ ରଖିବାକୁ ଚାହୁଁ ନଥିଲେ କାରଣ ଏହା ଦ୍ୱାରା ତତକାଳୀନ ଟାଟା ଏୟାରଲାଇନ୍ସ (ବର୍ତ୍ତମାନର ଏୟାରଇଣ୍ଡିଆ) ତାଙ୍କୁ ନିଜ କମ୍ପାନିକୁ ନେଇଯିବାର ଆଶଙ୍କା ଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଛି ।

Leave A Reply