ନର୍ଲା (ଦୀପକ ଠାକରୁ)- ଆସନ୍ତା ୨୪ତାରିଖରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲା ହାଇସ୍କୁଲ ପଡିଆଠାରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କଳାହାଣ୍ଡି, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାରୁ ୧୬ଟି ଦଳ ଭାଗ ନେଉଥିବା ସଭାପତି ଦିପୁ ପାତ୍ର ପ୍ରକାଶ କରିଛନ୍ତି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନର୍ଲା ଆଇ.ଆଇ.ସି. ରମଣି ରଞ୍ଜନ ଦଲାଇ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲାର ଜଣାଶୁଣା ସମାଜସେବୀ ମନୋଜ ପଟ୍ଟନାୟକ ସହିତ ସ୍ଥାନୀୟ ସରପଞ୍ଚଚିରଞ୍ଜିବୀ ଗୌଡିଆ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି କମିଟି ସୂତ୍ରରୁ ପ୍ରକାଶ ।
ଆସନ୍ତା ୮(ଆଠ) ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଚମ୍ପିୟନ ଦଳକୁ ୩୦,୦୦୦(ତିରିଶ ହଜାର) ଟଙ୍କା ସହ ଟ୍ରଫି ଓ ପରାଜୟ ଦଳକୁ ୨୦,୦୦୦(କୋଡିଏ ହଜାର) ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟିର ଅନ୍ୟତମ ସଦସ୍ୟ ପ୍ରିୟବ୍ରତ ଚାନ୍ଦ (କୁଲୁ) ପ୍ରକାଶ କରିଛନ୍ତି । କମିଟିର ସମସ୍ୟମାନଙ୍କୁ ମଧ୍ୟରୁ ରାକେଶ ବିଶୋଇ, ଗିରିଶ ଚନ୍ଦ୍ର ବେହେରା, ରାଜିନ୍ଦ୍ର ପୁଝାରୀ, ଚକ୍ରଧର ଗଉଡ, ଟିଟୁ ମିଶ୍ର, ସୁମନ ମାଝୀ, ରୁଟି ପଣ୍ଡା ଏଥିରେ ସହଯୋଗ କରୁଥିବା ଜଣାପଡିବ ।