ସାବଧାନ: ରିଫଣ୍ଡ ପାଉଣା ଫେରସ୍ତ ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ସବିଶେଷ ତଥ୍ୟ ରେଳବାଇ କର୍ମଚାରୀ କେବେବି ପଚାରନ୍ତି ନାହିଁ |
କିଛି ଅସାଧୁ ବ୍ୟକ୍ତି ଫୋନ କଲ ମାଧ୍ୟମରେ ରେଳବାଇ ରିଫଣ୍ଡ ପାଉଣା ଫେରସ୍ତ ପାଇଁ ରେଳ ବ୍ୟବହାରକାରୀ ମାନଙ୍କ ଡେବିଟ୍ / କ୍ରେଡିଟ୍ କାର୍ଡର ସବିଶେଷ ବିବରଣୀ ମାଗି ଫେରସ୍ତ ରାଶି ସ୍ଥାନାନ୍ତର କରିବାକୁ କହୁଥିବାର ଅଭିଯୋଗ ରେଳ ପ୍ରଶାସନର ନଜରକୁ ଆସିଅଛି |
ରେଳବାଇ ଏହାର ମୂଲ୍ୟବାନ ଗ୍ରାହକ କିମ୍ବା ରେଳ ବ୍ୟବହାରକାରୀଙ୍କୁ ସେମାନଙ୍କର ଡେବିଟ୍ / କ୍ରେଡିଟ୍ କାର୍ଡର ବିବରଣୀ କାହାକୁ ପ୍ରକାଶ ନକରିବାକୁ ପରାମର୍ଶ ଦେଇଛି | ଭାରତୀୟ ରେଳବାଇ, ଆଇଆରସିଟିସି କିମ୍ବା ରେଳ କର୍ମଚାରୀମାନେ କୌଣସି ସ୍ଥାନରେ ଯେପରିକି ଆରକ୍ଷଣ କେନ୍ଦ୍ର/ ବୁକିଂ କାଉଣ୍ଟର / ୱେଟିଂ ହଲ/ ଷ୍ଟେସନ ଇତ୍ୟାଦି ଠାରେ ଗ୍ରାହକ କିମ୍ବା ରେଳବ୍ୟବହାରକାରୀ ମାନଙ୍କୁ କୌଣସି ବ୍ୟକ୍ତିଗତ ବ୍ୟାଙ୍କିଙ୍ଗ ସୂଚନା ମାଗନ୍ତି ନାହିଁ, ଯେପରିକି ଡେବିଟ୍ / କ୍ରେଡିଟ୍ କାର୍ଡ ନମ୍ବର, ଓଟିପି, ଏଟିଏମ୍ ପିନ୍, ସିଭିଭି ନମ୍ବର, ପ୍ୟାନ କାର୍ଡ ନମ୍ବର ଏବଂ ଜନ୍ମ ତାରିଖ ଇତ୍ୟାଦି |
ପୂର୍ବତଟ ରେଳପଥ ଏହାର ମୂଲ୍ୟବାନ ଗ୍ରାହକ, ରେଳ ବ୍ୟବହାରକାରୀ ଏବଂ ଯାତ୍ରୀମାନଙ୍କୁ ସେମାନଙ୍କର ବ୍ୟାଙ୍କିଙ୍ଗ ସୂଚନା କିମ୍ବା ଗୁପ୍ତ ନମ୍ବର କାହାକୁ ନ ଜଣାଇବାକୁ ପରାମର୍ଶ ଦେଇଛି ଏବଂ ସେହି ଅନୁଯାୟୀ ରେଳ ଭିଜିଲାନ୍ସକୁ ମଧ୍ୟ ସୂଚନା ଦେବାକୁ ପରାମର୍ଶ ଦେଇଛି |
