ତିହିଡି,୨୨/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବଜାରରେ ରାସ୍ତା ପାଶ୍ୱର୍ରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନୀ ମାନଙ୍କୁ ଉଚ୍ଛେଦ ପାଇଁ ଯୋଜନା କରାଯାଇଛି । ଏହାର ପ୍ରତିବାଦରେ ତିହିଡି ବଜାର କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ନଂ-ଡବ୍ଲ୍ୟପି(ସି) ୬୭୨/୨୧ଦାୟର କରାଯାଇଥିଲା । ଏହାର ବିଚାର କରି ହାଇକୋର୍ଟ ଦୋକାନୀ ମାନଙ୍କୁ ଉପଯୁକ୍ତ ଥଇଥାନ ପରେ ଉଚ୍ଛେଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ପ୍ରକାଶ ଯେ, ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୀମାରେ ୪୦ରୁ ଉଦ୍ଧ୍ୱର୍ ଦୋକାନୀ କିଛି ବର୍ଷ ହେଲା ବିଭିନ୍ନ ବ୍ୟବସାୟ କରି ଆସୁଥିଲେ । ସେମାନେ ଏହି ବ୍ୟବସାୟରୁ ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିଲେ ।
ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନା ପାଶ୍ୱର୍କୁ ଅବରୋଧ ମୁକ୍ତ କରିବା ଲାଗି ଦୋକାନୀ ମାନଙ୍କୁ ସେଠାରୁ ଉଠି ଯିବାକୁ ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ ପରାମର୍ଶ ଦେଇଥିଲେ । ତେବେ ଦୋକାନୀ ମାନେ ଥଇଥାନ ଦାବି କରିବା ସହ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ସେମାନଙ୍କ ଆବେଦନକୁ ବିଚାରକୁ ନେଇ ଦୋକାନୀ ମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ ପରେ ଯାଇ ଉଚ୍ଛେଦ କରିବାକୁ ପ୍ରତିପକ୍ଷ ଜିଲ୍ଲାପାଳ, ତହସିଲଦାର ଓ ବିଡିଓ ପ୍ରମୁଖଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଦୋକାନୀ ନାରାୟଣ ନାଥ, ଝୁନାଲତା ନାଥ, ଅନିକେତ ନାଥ, ରଘୁନାଥ ନାୟକ, ଲକ୍ଷ୍ମୀଧର ନାୟକ, ଜ୍ୟୋତିପ୍ରକାଶ ବେହେରା, ଲକ୍ଷ୍ମୀଧର ପୃଷ୍ଠି, କୃଷ୍ଣଚନ୍ଦ୍ର ପୃଷ୍ଠି ଓ ଦେବକାନ୍ତ ନାୟକ ପ୍ରମୁଖ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
