Odisha news

ଜୟପୁର-ନବରଙ୍ଗପୁର ନୂତନ ରେଳପଥ ପ୍ରସଙ୍ଗ ଜନଶୁଣାଣୀ ରେ ନୂତନ ରେଳପଥ କୁ ଭରପୁର ସମର୍ଥନ

0
ବୋରିଗୁମ୍ମା (କେ.ସାକିଲି ଦୋରା)- ବହୁ ପ୍ରତୀକ୍ଷିତ ଜୟପୁର -ନବରଙ୍ଗପୁର ନୂତନ ରେଳପଥ ନିମନ୍ତେ ଆଜି ପଞ୍ଚମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ବୋରିଗୁମ୍ମା ବ୍ଲକ ଜୁଝାରି  ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜନଶୁଣାଣୀ ଶିବିର ଆୟୋଜନ କରାଯାଇଥିଲା। ଜୁଝାରୀ ଓ  ଆଉଁଳି ପଞ୍ଚାୟତ ର ପାଞ୍ଚୋଟି ଗ୍ରାମବାସୀ ଜନଶୁଣାଣୀ ଶିବିରରେ ଯୋଗ ଦେଇଥିଲେ।ଆଜିର ଜନଶୁଣାଣୀ ରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ନୋଡାଲ ଅଧିକାରୀ ଭାବେ ଯୋଗ ଦେଇଥିବା ବେଳେ ବୋରିଗୁମ୍ମା ତହସିଲଦାର ସୁବାସ ଚନ୍ଦ୍ର ରଇତ ଯୋଗ ଦେଇଥିଲେ। ତେବେ ଆଜିର ଜନଶୁଣାଣୀ ରେ ଜୟପୁର-ନବରଙ୍ଗପୁର ନୂତନ ରେଳପଥ କୁ ଭରପୁର ସମର୍ଥନ ମିଳିଥିଲା।ନବରଙ୍ଗପୁର ସାଂସଦ ଙ୍କ ପ୍ରତିନିଧି କେଶବ ପଣ୍ଡା କହିଥିଲେ ଯେ ନୂତନ ରେଳପଥ ଦ୍ୱାରା ଏହି ଅଞ୍ଚଳର ବିକାଶ ହେବା ସହ ଅର୍ଥନୀତି ର ବିକାଶ ହେବ।
ତେବେ ଜମି ଓ ଜାଗା ହରାଉଥିବା ଲୋକଙ୍କ ପାଇଁ ବଜାର ମୂଲ୍ୟ ସହ ପରିବାର ର ଜଣଙ୍କୁ ରେଲୱେ ରେ ଚାକିରୀ ଦେବାକୁ ଦାବୀ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ ଯେ ଜୟପୁର-ନବରଙ୍ଗପୁର ନୂତନ ରେଳପଥ ପାଇଁ ଏହା ହେଉଛି ପ୍ରଥମ ଜନଶୁଣାଣୀ।ଜମି ଓ ଜାଗା ହରାଉଥିବା ଯେକୋୖଣସି ବ୍ୟକ୍ତି ବିଶେଷ କୌଣସି ଅଭିଯୋଗ ଥିଲେ ଜୟପୁର ଉପ ଜିଲ୍ଲାପାଳ ନିକଟରେ ଲିଖିତ ଅଭିଯୋଗ କରିପାରିବେ। ଜୟପୁର-ନବରଙ୍ଗପୁର ନୂତନ ରେଳପଥ ମୋଟ ୩୮ କିଲୋମିଟର ହେଉଥିବା ବେଳେ ୭୩୨.325 ଏକର ବେସରକାରୀ ଜମି ଅଧିଗ୍ରହଣ ହେବ। ନୂତନ ରେଳପଥ ନିମନ୍ତେ ଜୟପୁର ଓ ବୋରିଗୁମ୍ମା ବ୍ଲକ ର  ମୋଟ ୧୦ ଗୋଟି ପଂଚାୟତ ର ୨୦ ଟି ଗ୍ରାମ ପ୍ରଭାବିତ ହେଉଛି। ମୋଟ ପାଞ୍ଚୋଟି ରେଲୱେ ଷ୍ଟେସନ ହେବା ପାଇଁ ରେଳ ବିଭାଗ ପକ୍ଷରୁ ଯୋଜନା ରହିଛି। ଏପର୍ଯ୍ୟନ୍ତ ମୋଟ ପାଞ୍ଚୋଟି ଜନଶୁଣାଣୀ ହୋଇଥିବା ବେଳେ ଚାରୋଟି ଜନଶୁଣାଣୀ ରେ ନୂତନ ରେଳପଥ କୁ  ଭରପୁର ସମର୍ଥନ ମିଳିଥିବା ଜଣାଯାଇଛି।
କେବଳ ବୋରିଗୁମ୍ମା ରେ ହୋଇଥିବା ଜନଶୁଣାଣୀ କୁ ବିଶେଷ ସମର୍ଥନ ମିଳି ନ ଥିବା ଜଣାଯାଇଛି। ଜମି ହରାଉଥିବା ଲୋକେ ରେଳପଥ ର ଦିଗ ପରିବର୍ତ୍ତନ କରିବା ପାଇଁ ଦାବୀ କରୁଛନ୍ତି। ଆଗାମୀ ଦିନରେ ଏଥି ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ବୋରିଗୁମ୍ମା ଜମି ହରାଉଥିବା ବାସିନ୍ଦା କହିଛନ୍ତି। ଅନ୍ୟପଟେ ଆମ୍ବାଗୁଡା, ପୂଜାରିପୁଟ, କାମାରା , ଜୁଝାରି ଜନଶୁଣାଣୀ ରେ ନୂତନ ରେଳପଥ କୁ ବେଶ ସମର୍ଥନ ମିଳିଛି। ଗ୍ରୀନ ଇଣ୍ଡିଆ ଭୁବନେଶ୍ୱର ଜନଶୁଣାଣୀ କୁ ଉପସ୍ଥାପନ କରିଥିଲେ। ଗ୍ରୀନ ଇଣ୍ଡିଆ ପରିବାର ର ମାନସ ରଞ୍ଜନ ଖୁଣ୍ଟିଆ ଓ ତାଙ୍କ ସହଯୋଗୀ ଙ୍କ ସହାୟତା ରେ ଶିବିର ଅନୁଷ୍ଠିତ ହୋଇଥିଲା। ଜୁଝାରୀ ଜନଶୁଣାଣୀ ଶିବିରରେ ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ, ଜୁଝାରୀ ସରପଞ୍ଚ ତିଲୋତ୍ତମା ଯାନୀ, ଆଉଁଳି ସରପଞ୍ଚ ତ୍ରିନାଥ ଭତ୍ରା ଓ ଦୁଇ ପଞ୍ଚାୟତ ର ଜମି ହରାଉଥିବା ଲୋକେ ଶିବିର ରେ ଯୋଗ ଦେଇଥିଲେ।
Nalco
Leave A Reply