Deepak Thakur(Narla) : ଜାତୀୟ ଯୁବ ଦିବସ ଅବସରରେ ସମାଜ ପ୍ରତି ଯୁବକ ମାନଙ୍କ ର କର୍ତ୍ତବ୍ୟ ବୋଧ ଏବଂ ସେମାନଙ୍କର ଦାୟିତ୍ୱ ର ସମୀକ୍ଷା ତଥା ମୂଲ୍ୟାୟନ ଭିତ୍ତିକ ଏକ କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଧବଳେଶ୍ୱର ସ୍ପୋର୍ଟ୍ସ ଏଣ୍ଡ କଲଚରାଲ ଏସୋଷିଏସନ୍ ମୋହନଗିରି ଦ୍ୱାରା ଅନୁଷ୍ଟିତ ହୋଇଥିଲା l
ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ର ସଭାପତି ଶ୍ରୀ ଶୁକଦେବ ସାହୁ,ମୁଖ୍ୟ ବକ୍ତା ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଶ୍ରୀମାନ ବିଭୁ ପୟର ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀମାନ ଅଚ୍ୟୁତ ମହାଖୁଡ଼ ଶିକ୍ଷା ବିଭାଗର ଅଧ୍ୟାପକ ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ଦିବାକର ସାହୁ,ଓଡ଼ିଶା ଷ୍ଟେଟ ବ୍ରିଗେଟ୍ ସ୍କୁଲ, ମୋହନଗିରି ମଞ୍ଚରେ ମଞ୍ଚାଷିନ ଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଲଷ୍ମୀକାନ୍ତ ବେହେରା ମଞ୍ଚ ପରିଚାଳନା କରିଥିଲେ,କାର୍ଯ୍ୟକ୍ରମ ଟିକୁ ଆୟୋଜନ କରିବାରେ ସହଯୋଗ କରିଥିଲେ ଅନୁଷ୍ଠାନ ର ସଦସ୍ୟ ଶ୍ରୀମାନ ସୁନିଲ୍ କୁମାର ଭୋଇ ଓ ମ ରାମପୁର ନେହେରୁ ଯୁବ କେନ୍ଦ୍ର ର ସ୍ବେଚ୍ଛାସେବୀ ଶ୍ରୀ ମୁକେଶ ବାରିକ ତଥା ଅନୁଷ୍ଠାନର ଅନାନ୍ୟା କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ଟି କୁ ସାମାଜିକ ଦୂରତା ରକ୍ଷା କରି ସୁଚାରୁରୂପେ ପରିଚାଳନା କରିଥିଲେ l
କାର୍ଯ୍ୟକ୍ରମ ରେ ବକୃତା, ସାଧାରଣ ଜ୍ଞାନ ଏବଂ ପ୍ରବନ୍ଧ ପରିଯୋଗୀତା ହୋଇଥିଲା l ବିଜେତା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇ କାର୍ଯ୍ୟକ୍ରମଟିକୁ ସଫଳ ମଣ୍ଡିତ କରାଯାଇଥିଲା l