ନର୍ଲା (ଦୀପକ କୁମାର ଠାକୁର) ନର୍ଲା ରେଖପୁର ଛକ ନିକଟ ରାଜରାସ୍ତା କଡରେ ଏକ ନୂତନ ପେଟ୍ରୋଲ ପମ୍ପ ହରଗୈ।ରୀ ଟ୍ରେଡିଙ୍ଗକୁ ବିଷ୍ଣୁ ଟି ସୁନା ଉଦଘାଟନ କରି ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ପୂର୍ବତନ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନୀଳମଣି ସାହୁ,ଅଟଲ ବିହାରୀ ସାହୁ,ରାନୁ ସାହୁ, ସଂସ୍କୃତି ଗବେଷକ ମେଦିନୀଧର ଜାନୀ, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ, ଚନ୍ଦ୍ର ଭାନୁ ସାହୁ,କିର୍ତ୍ତନ ସାହୁ, ପଦ୍ମଲୋଚନ ସାହୁ, ବୀର ସାହୁ ଓ ହରଗୈ।ରୀ ଟ୍ରେଡିଙ୍ଗ ମ୍ୟାନେଜର କାଳିଆ ସାହୁ ଉପସ୍ଥିତ ରହିଥିଲେ। ନର୍ଲା ଠାରେ ପୂର୍ବରୁ ଦୁଇ ଗୋଟି ପେଟ୍ରୋଲ ପମ୍ପ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଥିବା ବେଳେ ନୂତନ ପେଟ୍ରୋଲ ପମ୍ପ ଉଦଘାଟନ ଦ୍ଵାରା ପେଟ୍ରୋଲ ଓ ଡିଜେଲ କ୍ଷେତ୍ରରେ ଆହୁରି ଲୋକେ ଉପକୃତ ହେବେ ବୋଲି ଜନସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି।