Deepak Thakur : ଚାରିପାଖରେ ହିଁ ଶାନ୍ତି ଘୁରିବୁଲୁଛି । କେବଳ ସୁଖକୁ ଅନୁଭବ କରିିବାର ଦୃଷ୍ଟି ଭଙ୍ଗୀଟିଏ ଦରକାର । ମଣିଷ ନିଜ ପାଖରେ ଥିବା ସୁଖକୁ ଭୁଲି ସେ କେବଳ ଅନ୍ୟତ୍ର ସୁଖ ସନ୍ଧାନରେ ବ୍ୟସ୍ତ ରହିଥାଏ । କିନ୍ତୁ କବିଟିଏ ନିଜ ଭିତରେ ଜୀବନ ଜୀଇଁବାର କଳା ଶିଖିପାରିଥାଏ ବୋଲି ଆଜି ରାଜ୍ୟସ୍ତରୀୟ ଅ ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକ ନିକଟସ୍ଥ କାରୁଣ୍ଡ ଶ୍ରୀକ୍ଷେତ୍ରଠାରେ ଆଜି ଅ ଫିଲ୍ମ୍ ବ୍ୟାନରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥିଭାବରେ ଡ଼କ୍ଟର ନୃପରାଜ ସାହୁ(ଯୁଗ୍ମ ଶାସନ ସଚିବ,କେବିକେ,ଓଡ଼ିଶା ସରକାର)ମୁଖ୍ୟ ବକ୍ତା ବ୍ୟଙ୍ଗ କବି ବିରଞ୍ଚି ନାରାୟଣ ମୁଣ୍ଡ ଓ ବୈଜ୍ଞାନିକ ଡ଼କ୍ଟର ବିଜୟ କୁମାର ସାହୁ,ସମ୍ମାନୀତ ଅତିଥି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ,ସମାଜସେବୀ ସତ୍ୟନାରାୟଣ ସାହୁ,ପ୍ରେମସାଗର ନାଏକ,ଅଜୟ କୁମାର ପଣ୍ଡା ଯୋଗଦେଇଥିଲେ ।
ଅ ଫିଲ୍ମ୍ ର ପ୍ରତିଷ୍ଠାତା ସଭାପତି ନରେଶ କୁମାର ସାହୁ ସଭାପତିତ୍ୱ କରିଥିବାବେଳେ ଅ ପତ୍ରିକାର ମୁଖ୍ୟ ସଂପାଦକ ବିଶ୍ୱନାଥ ସାହୁ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ଅ ପ୍ରତିଭା ସମ୍ମାନ ଯୁବୋଦ୍ଦ୍ୟୋଗୀ ବିଭୂ ପ୍ରସାଦ ସାହୁ,ଡ଼ାକ୍ତର ଲୋକନାଥ ସାହୁ,ପର୍ବତାରୋହୀ ଯୋଗବ୍ୟାସ ଭୋଇ,ସାମ୍ବାଦିକ ରାଜକୁମାର ସିଂହଦେଓ,ଅଧ୍ୟାପିକ ମମତା କୁମାରୀ ତ୍ରିପାଠୀ,ଡ଼କ୍ଟର ଅଜିତ କୁମାର ବେହେରା ସହିତ ବାର୍ଷିକ ଅ ପ୍ରତିିଭା ସମ୍ମାନ ସଂଯୁକ୍ତା ପାଢୀ,ଯାଜ୍ଞସେନୀ ସାହୁ,ଦିନେଶ ଅଗ୍ରୱାଲା ଓ ଡ଼ିସେମ୍ବର ମେହେରଙ୍କୁ ଅତିଥିମାନେ ମାନପତ୍ର,ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ତପନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥ୍ôବାବେଳେ କାହ୍ନୁଚରଣ ସାହୁ ଧନ୍ୟବାଦାର୍ପଣ କରିଥିଲେ । ପରେ ଦ୍ୱିତୀୟ ଅଧିବେଶନରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଯୁବ କବି ତଥା ସାମ୍ବାଦିକ ହେମନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହେଇଥିଲା । କବି ନରୋତ୍ତମ ପାତ୍ର,ଭାଗିରଥୀ ସାଗର,ସଂଯୁକ୍ତା ପାଢୀଅତିଥିଭାବରେ ମଂଚାସୀନ ରହିଥ୍ôଲେ ।
ବରିଷ୍ଠ କବି ଗଣପତି ନାୟକ,ଅରୁଣ ପ୍ରଧାନୀ,ମାନସ ରଂଜନ ପ୍ରହରାଜ,ପୀତାମ୍ବର ଗୌଡ଼, ହିମାଞ୍ଚଳ ସାହୁ,ତପନ କୁମାର ଦାଶ,ସମୀର ପୁଝାରୀ,ରମାଜ୍ୟୋତି ସାହୁ,ବବ୍ଲି ପୁଝାରୀ,ଯାଜ୍ଞସେନୀ ସାହୁ,ମୋହନ ଭଟ୍ଟ,ରମାକାନ୍ତ ସିଂ ସାହାଣୀ,ମେଦିନୀଧର ଜାନୀ,ପ୍ରଦୀପ କୁମାର ତ୍ରିପାଠୀ,ଦୀନେଶ ଅଗ୍ରୱାଲ,ତ୍ରିଲୋଚନ ସାହୁ,ସଂଯୁକ୍ତା ପୁରୋହିତ,ବହ୍ନି ପୁଝାରୀ,ଚନ୍ଦନ ସାହୁ,ଲିପୁନ ସାହୁ ଅନ୍ୟମାନଙ୍କ ମଧ୍ୟରେ ଅ ପରିବାର ର ଦୀପକ ସାହୁ,ଶରତ ନାଏକ,ଭୀଷ୍ମଦେବ ସାହୁ,ରିତେଶ ଶତପଥୀ,ରାକେଶ ଶତପଥୀ,ସୁଶାନ୍ତ ବିଶି,ସଂଜୟ ମହାଖୁଡ଼ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।