ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲାସ୍ଥିତ ସେବାକାରୀ କିନ୍ନର ସଂଘ ପକ୍ଷରୁ ସର୍ଗିଗୁଡା ପଞ୍ଚାୟତ ନର୍ଲାରୋଡ ଶିବ ମନ୍ଦିର ପଡ଼ାରେ ରହୁଥିବା ଭିକାରୀ ଓ ଗରିବ ଅସହାୟ ବୃଦ୍ଧ, ବୃଦ୍ଧାଂକୁ କମ୍ବଳ,ରାସନ୍ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।ସଂଘର ସଭାପତି କାମିନୀ କିନ୍ନର, ସଭାନେତ୍ରୀ ପଙ୍କଜିନୀ ନାଏକ,ସଦାମୟ ପାୟଲ କିନ୍ନର,ରୀତା କିନ୍ନର,ମୁସ୍କାନ କିନ୍ନର ଓ ବିନୁ କିନ୍ନର ପ୍ରମୁଖ ଉପସ୍ଥିତ ରହି ଏହି ସବୁ ଜିନିଷ ବଣ୍ଟନ କରିଛନ୍ତି।