Odisha news

ନାଗରିକ ବିକାଶ ସଂଗଠନର ମହିଳା ଓ ଶିଶୁ କନ୍ୟା ସୁରକ୍ଷା ଦିଗରେ ସଚେତନ କାର୍ଯ୍ୟକ୍ରମ

0

ନର୍ଲା (ଦୀପକ କୁମାର ଠାକୁର) ମହିଳା ଓ ଶିଶୁ କନ୍ୟାର ସୁରକ୍ଷା  ତଥା ହିଂସା ରୋକିବା ନିମନ୍ତେ ନାଗରିକ ବିକାଶ ସଂଗଠନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଓ କେସିଙ୍ଗା ବ୍ଲକର ୨୧ଗୋଟି ପଞ୍ଚାୟତର ଆଶା, ଅଙ୍ଗନୱାଡ଼ି କର୍ମୀ, ସରପଞ୍ଚ , ଗାଁ ସ୍ଵେଚ୍ଛାସେବୀ ଓ ନାଗରିକ ବିକାଶ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୫ ଦିନିଆ କାର୍ଯ୍ୟକ୍ରମରେ ନାଗରିକ ବିକାଶ ସଂଗଠନ ପକ୍ଷରୁ କଲ୍ୟାଣୀ ଦାସ ଭାଗ ନେଇ ଦୁଇ ଗୋଟି ବ୍ଳକରେ ମହିଳା ଓ ଶିଶୁ କନ୍ୟା ମାନଙ୍କୁ ହିଂସା ରୋକିବା ଦିଗରେ  ମହିଳାଙ୍କୁ ସଚେତନ କରାଇଥିଲେ। ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା ଗ୍ରାମପଞ୍ଚାୟତ ସରପଞ୍ଚ କୁନ୍ତୀ ପାତ୍ର,କଦମଗୁଡା ସରପଞ୍ଚ ଜ୍ୟୋତ୍ସ୍ନା ମାଝୀ, ଗ୍ରାମ୍ୟ ସ୍ଵେଚ୍ଛାସେବୀ ଦିପ୍ତିରାଣୀ ପାତ୍ର, ଅମ୍ରିତା ଗୈ।ଡ ପ୍ରମୁଖ ଏହି କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେବା ସହ ଜନସଚେତନତା ସୃଷ୍ଟି କରିବାରେ ସହଯୋଗ ପ୍ରଦାନ କରିଥିଲେ।

Leave A Reply