ନର୍ଲା (ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ବିଭିନ୍ନ କୃଷି ସମବାୟ ସମିତିର ପରିଚାଳନା ପରିଷଦ ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବ୍ଳକର ନର୍ଲା ସମବାୟ ସମିତି ପାଇଁ ମଞ୍ଜୁଲତା ଗଉଡ, ଶାନ୍ତପୁରରେ ରଣଜିତ ମାଝୀ, ରୁପ୍ରାରୋଡ ପାଇଁ ବିଜୟ କୁମାର ଭୋଇ, ପଲମ ସକାଶେ ସୁବିଜ୍ଞାନ ନାଗ, ତୁଲାପଡା ସମିତି ପାଇଁ ନରସିଂହ ଭୋଇ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ସେହିପରି ପୂର୍ବରୁ ରୁପ୍ରା କୃଷି ସମବାୟ ସମିତିର ସଭାପତି ରୂପେ ସରୋଜ କୁମାର ରାଉତ ଓ ଭାନପୁର ସମିତିରେ ଯତିନ୍ଦ୍ର ପଧାନ ସଭାପତି ରୂପେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣାଯାଏ।