Odisha news

ପୋଲିସର ପେଟ୍ରୋଲିଂ, ଗଞ୍ଜେଇ ଓ ବାଇକ ଜବତ

0

ନର୍ଲା (ଦୀପକ କୁମାର ଠାକୁର)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା-ତିତକେଲା ଛକରୁ ଧରାପଡିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ। ପ୍ରାପ୍ତ ସୂଚନା ଅନୁସାରେ ତିନିଦିନ ଧରି ନର୍ଲା ଓ ପଲମ ପୋଲିସ ମିଳିତ ଭାବେ ପେଟ୍ରୋଲିଂ କରୁଥିଲେ। ତେବେ ଗତ ସୋମବାର ରାତି ପ୍ରାୟ ୨ଟା ୨୦ ମିନିଟ ସମୟରେ ପଲମ ପୋଲିସ ଏସଆଇ ଅସିତ ପଣ୍ଡାଙ୍କ ଟିମ ହାବୁଡରେ ସାତଟି ମଟର ସାଇକେଲରେ ଲୋଡ ହୋଇଥିବା ଗଞ୍ଜେଇ ଧରା ପଡିଥିଲା। ସେଥି ମଧ୍ୟରୁ ତିନୋଟି ମଟର ସାଇକେଲରେ ଲୋଡ ହୋଇ ଥିବା ଗଞ୍ଜେଇ ସହିତ ଗଞ୍ଜେଇ ବେପାରୀ ଫରାର ହୋଇଥିଲେ। ଚାରୋଟି ମଟର ସାଇକେଲ ଓ ଗଞ୍ଜେଇ ସହିତ ତିନୋଟି ଗଞ୍ଜେଇ ବେପାରୀ ପୋଲିସ ହାତରେ ଧରାପଡିଥିବା ବେଳେ ଅନ୍ୟ ଜଣେ ଫରାର ହୋଇ ଯାଇଥିବା ଜଣାପଡିଛି। ମୋଟ ୧ କ୍ୱଣ୍ଟାଲ ୫୫ କେଜି ୫୪୩ଗ୍ରାମ ଗଞ୍ଜେଇ ଧରାପଡ଼ି ଥିବା ପୋଲିସ ପକ୍ଷରୁ ଜଣାଯାଏ। ଅଭିଯୁକ୍ତ କାର୍ତିକ ମହତ(୪୦) ବାଇକରୁ ପଡି ଯାଇ ଗୋଡ଼ରେ ଆଘାତ ହୋଇ ଥିବାରୁ ରାତ୍ରିରେ ହିଁ ଏମ୍ବୁଲେନ୍ସ ମାଧ୍ୟମରେ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଗଞ୍ଜେଇ ମୋହନଗିରି ରୁ କୋମନାକୁ ଚୋରା ଚାଲାଣ ହେଉଥିବା ବେଳେ ଖିରୋଦ ତାଣ୍ଡି (୨୨) କାର୍ତ୍ତିକ ମହତ(୪୦) ରୋଷନ ତାଣ୍ଡି( ୨୨ ) ଖଡ଼ିଆଳ ଓ ବାଇକ ଛାଡି ପଳାଇଥିବା ରମେଶ କୁଲଦିପ ମହୁଲଭଟା ଯାହାକି ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବୋଲି ସୂଚନା ମିଳିଛି। ମଟର ସାଇକେଲ ତିନୋଟିର ନମ୍ୱର ଓଡି୨୬ଇ୧୯୯୮,ଓଡି୨୬ଇ୯୨୨୫ ଓ ଓଡି୨୬ଇ୯୧୦୮ ରହିଥିବା ବେଳେ ଜବତ ଗଞ୍ଜେଇ ମୂଲ୍ୟ ଆନୁମାନିକ ଛଅ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଏ।

Nalco
Leave A Reply