Odisha news

ଭୂଷଣ୍ଡପୁର ପଞ୍ଚାୟତକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ଗ୍ରସ୍ତ

0
ନିରାକାରପୁର, ୨୦/୪: ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଭୁଷଣ୍ଡପୁର ଗ୍ରସ୍ତକରି ଭୁଷଣ୍ଡପୁର ଠାରେ ଚାଲିଥିବା ପାନୀୟଜଳ ପ୍ରକଳ୍ପର ସମୀକ୍ଷା କରିବା ସହିତ ବିଭିନ୍ନ ସମସ୍ୟାର ଆଲୋଚନା କରିଥିଲେ l
ଏଥିରେ ଭୁଷଣ୍ଡପୁର ସରପଞ୍ଚ ଶ୍ରୀ ସୌରଭ କୁମାର ଦାସମହାପାତ୍ର ଭୁଷଣ୍ଡପୁର ର ପାନୀୟ ଜଳ ସହିତ ଚିଲିକା ଖନନ, କୃଷି ପାଇଁ ଜଳସେଚନ ର ସୁବିଧା ସହିତ ବାବା ଉଦ୍ଧବଦାସ ପାହାଡ଼କୁ ପର୍ଯ୍ୟଟନର ମାନ୍ୟତା ପାଇଁ ଆଲୋଚନା କରି ଦାବି କରିଥିଲେ l
ଏଥିରେ ସମିତିସଭ୍ୟା ସୂଦୀପ୍ତା ବେହେରା, ସମସ୍ତ ୱାର୍ଡ ସଭ୍ୟ /ସଭ୍ୟା ଙ୍କ ସହିତ ଆଞ୍ଚଳିକ କମିଟିର ସଭାପତି ତ୍ରିନାଥ ସେଠି, ବାଇଧର ମହାରଣା, ରବୀନ୍ଦ୍ର ପରିଡା, ରାଜ କିଶୋର ନାୟକ, ଅଜୟ ମହାରଣା ଓ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ l

Leave A Reply