Odisha news

ନର୍ଲା ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷାଙ୍କ ପ୍ରେସ ମିଟ : ଏପ୍ରିଲ୍ ୧ ତାରିଖ ଦିନ ୧୧ ଘଣ୍ଟା ସମୟରେ  ହେବାକୁ ଥିବା  ପ୍ରଧାନମନ୍ତ୍ରୀଙ୍କ(ପରୀକ୍ଷା  ପେ ଚର୍ଚ୍ଚା ) କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ

0
ନର୍ଲା-(ଦୀପକ କୁମାର ଠାକୁର)କଳାହାଣ୍ଡି ଜିଲ୍ଲା ନର୍ଲା ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଏଲ୍ ମିନାକୁମାରିଙ୍କ ଅଧ୍ୟକ୍ଷତାରେ ଏକ ପ୍ରେସ ମିଟର  ଅୟୋଜନ ହୋଇଯାଇଛି। ଏଥିରେ  ଆଗାମୀ ଏପ୍ରିଲ୍ ୧ ତାରିଖ ଦିନ ୧୧ ଘଣ୍ଟା ସମୟରେ  ହେବାକୁ ଥିବା  ପ୍ରଧାନମନ୍ତ୍ରୀଙ୍କ(ପରୀକ୍ଷା  ପେ ଚର୍ଚ୍ଚା ) କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ଵାରା  ସମ୍ପ୍ରତି ଛାତ୍ର ଛାତ୍ରୀ ମାନେ ପରୀକ୍ଷା ପାଇଁ ବିଶେଷ କରି ଚାପରେ ରହୁଛନ୍ତି ଏହି ଚାପର କାରଣ ହେଉଛି ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ବିଦ୍ୟାଳୟ ବନ୍ଦ ଥିଲା ଏବଂ ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ଅନ୍ ଲାଇନ୍ କ୍ଲାସ୍ କରୁଥିଲେ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପିଲାମାନଙ୍କ ପରୀକ୍ଷା ଅଫ୍ ଲାଇନରେ ହେବାକୁ ଯାଉଛି ସେ ସମୟରେ ସେମାନେ ସ୍ଵାଭାବିକ ଭାବରେ ଚାପମୁକ୍ତ ହୋଇ କିପରି ପରୀକ୍ଷା ଦେବେ ସେଥି ପାଇଁ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବଙ୍କ ମାନଙ୍କ ପାଇଁ   ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିବାରୁ ଏହି କାର୍ଯ୍ୟକ୍ରମକୁ ନର୍ଲା ନବୋଦୟ ବିଦ୍ୟାଳୟର କନ୍ଫରେନ୍ସ ହଲରେ ଦେଖିବାର ପାଇ ବ୍ୟବସ୍ଥା କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତ ଅଭିଭାବକ ଓ ସାଧାରଣ ଲୋକଙ୍କୁ ଉପସ୍ଥିତି ରହିବା ପାଇଁ ସାମ୍ବାଦିକ ସମ୍ବିଳନୀ ଜରିଆରେ ଶ୍ରୀମତୀ ଅଧ୍ୟକ୍ଷା ପ୍ରକାଶ କରିଥିଲେ।  କାର୍ଯ୍ୟକ୍ରମରେ ସମୟ ସାମ୍ବାଦିକ ଦୀପକ କୁମାର ଠାକୁର, ଧରିତ୍ରୀ ସାମ୍ବାଦିକ ସନ୍ତୋଷ ପାତ୍ର, ବଡ଼ ଖବର ସାମ୍ବାଦିକ ଜଗତରାମ ସାହୁ ଏବଂ ଓଡ଼ିଶା ଭାସ୍କର ପ୍ରତିନିଧି ତ୍ରିଲୋଚନ ଗୌଡ଼ ସହ ଅନେକ ସାମ୍ବାଦିକ ଉପସ୍ଥିତି ଥିଲେ।
IEC 2 years
Leave A Reply