Odisha news

ଓରମାସ ଦ୍ଵାରା ନର୍ଲା ଠାରେ ପରାମର୍ଶ ଶିବିର।

0

ନର୍ଲା (ଦୀପକ କୁମାର ଠାକୁର) ନର୍ଲା ବ୍ଳକ ପରିସରରେ ଜିଲ୍ଲା ପ୍ରଶାସନ, ଓରମାସ ଓ ପାନୀୟ ଜଳ ଯୋଗାଣ ସହଯୋଗରେ ଏକ ନିଯୁକ୍ତି ଭିତ୍ତିକ ଯୋଜନା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନର୍ଲା ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବ୍ଳକ ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ଓରମାସ ଜିଲ୍ଲା କୋଡିନେଟର ଆଦିତ୍ୟ ଆଚାର୍ଯ୍ୟ, ବ୍ଳକ କୋଡିନେଟର ପ୍ରଭାସିନୀ ଏକ୍କା ପ୍ରମୁଖ ଯୋଗଦାନ କରିଥିବା ବେଳେ ୨୬୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କୁ ନିଯୁକ୍ତି ଭିତ୍ତିକ ଯୋଜନାରେ ସାମିଲ କରାଯାଇଛି। ଏଥିରେ ୫ଟି ପିଆଇଏଏସ ଯୋଗଦାନ କରିଥିଲେ।

Govt
Leave A Reply