ନର୍ଲା (ଦୀପକ କୁମାର ଠାକୁର) ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଭୁକ୍ତ ୨୦୨୦_୨୧ ଆର୍ଥିକ ବର୍ଷରେ ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଠାରୁ ବୁର୍ଡିପଡା ରାସ୍ତା ଉନ୍ନତିକରଣ କରାଯାଇଛି। ତେବେ ଏହି ରାସ୍ତାରେ କେବଳ ମାଟି କାମ କରାଯାଇଛି। ଯାହା ଫଳରେ ଅଳ୍ପ ବର୍ଷା ହେଲେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡେ। ରାସ୍ତାରେ ଟ୍ରାକ୍ଟର ଯିବା ଆସିବା ଯୋଗୁଁ ଖାଲଖମାରେ ପରିଣତ ହୋଇ ପାଣି ଜମି କାଦୁଅ ସୃଷ୍ଟି କରେ। ରାସ୍ତାଟିରେ ଗାଡ଼ି ମଟର ଚଳାଚଳ କରିବା ଦୂରେ ଥାଉ ଚାଲି ଚାଲି ଯିବାକୁ ଲୋକେ ଅମଙ୍ଗ ହେଉଛନ୍ତି। ଭୀମକେଲା ନଦୀ ଖଣ୍ଡି ଠାରୁ ବୁର୍ଡିପଡା ରାସ୍ତା ସକାଶେ ବ୍ୟୟ ଅଟକଳ ୫ ଲକ୍ଷ ଟଙ୍କା ସୂଚନା ଫଳକରେ ଉଲ୍ଲେଖ ରହିଛି। ତେବେ ମୋରମ ପକାଇ ରାସ୍ତା ସମତୁଲ ନ କଲେ ରାସ୍ତାଟି ଆହୁରି ଖରାପ ହୋଇ ଯାତାୟାତ ପାଇଁ ଏକ ପ୍ରକାର ଠପ୍ ହୋଇପଡିବ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।
Comments are closed.