ନର୍ଲା: ସକାଳ ଖବର ( ଦୀପକ କୁମାର ଠାକୁର)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରା ଗ୍ରାମର ଆନ୍ତର୍ଜାତିକ ପର୍ବତାରୋହୀ ତଥା ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ୱ।ଲର୍ଡ ବୁକ୍ ଅଫ୍ ରେକର୍ଡସ୍, ୟୁନାଇଟେଡ଼ କିଙ୍ଗଡମରେ ସ୍ଥାନ ପାଇଛନ୍ତି। ଗତ ବର୍ଷ ଡିସେମ୍ବର ୧୩ ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁର ସହରରେ କାଏରାନ ପିଙ୍କ୍ ସିଟି ହାଫ୍ ମାରାଥନ ଅନଲାଇନ ଆପ ମାଧ୍ୟମରେ ଆୟୋଜିତ ହୋଇଥିଲା। ଏଥିରେ ବିଶ୍ଵର ୨୩ ଗୋଟି ଦେଶରୁ ୪୦,୧୭୨ ଜଣ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ।
ଯୋଗବ୍ୟାସ ୧୨.୨୭୦କିମି ଦୂରତାକୁ ୧ ଘଣ୍ଟା ୫୨ମି ୩୩ସେକେଣ୍ଡରେ ସଫଳତା ସହ ଅତିକ୍ରମ କରି କୃତିତ୍ୱ ଅର୍ଜନ କରିଥିଲେ। ଏହି ସଫଳତା ପାଇଁ ଯୋଗବ୍ୟାସ ଭୋଇଙ୍କୁ ଇ-ସାର୍ଟିଫିକେଟ ଓ ଟି ସାର୍ଟ ପ୍ରଦାନ କରାଯାଇଛି। ଯୋଗବ୍ୟାସ ପୂର୍ବରୁ ଗିନିଜ ବୁକ୍ ୱ।ଲର୍ଡ ରେକର୍ଡସ୍ ସାର୍ଟିଫିକେଟ ମଧ୍ୟ ହାସଲ କରିଥିଲେ। ଏହି ସଫଳତା ପାଇଁ ଯୋଗବ୍ୟାସ ଭୋଇଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଅନେକ ଶୁଭେଚ୍ଛା ଜଣାଇଛନ୍ତି।
Comments are closed.