ନର୍ଲା :-(ଦୀପକ କୁମାର ଠାକୁର ) କରୋନାର ଦ୍ଵିତୀୟ ଲହର ପ୍ରଥମ ଲହର ଠାରୁ ଦ୍ଵିଗୁଣା ଭୟଙ୍କର ।ସାରା ପୃଥିବୀରେ ଦ୍ଵିତୀୟ ଲହର ଉଗ୍ରରୂପ ଧାରଣ କରି ଜୀବନ ହରଣ କରୁଥିବା ନଜରକୁଆସିଛି । କରୋନର ଦ୍ଵିତୀୟ ଲହରକୁ ଆଖି ଆଗରେ ରଖି ଦେଶ, ରାଜ୍ୟ, ଜିଲ୍ଲା, ବ୍ଲକ ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହି ଲକଡାଉନ, କେତେକ ସ୍ଥଳରେ ସଟଡାଉନ କରି ଦ୍ଵିତୀୟ ଲହରକୁ କିପରି ଆୟତ କରିହେବ ସେଦିଗରେ ସଂପୂର୍ଣ୍ଣ କଳେ ବଳେ କୌଶଳେ ସଜାଗ ରହିଛନ୍ତି । ଲକଡାଉନ , ସଟଡାଉନରେ ରାସ୍ତାଘାଟ ସଂପୂର୍ଣ୍ଣ ସୁନସାନ ଥିବାବେଳେ ରାସ୍ତାରେ କିନ୍ତୁ କାଁ ଭାଁ ଲୋକେ ଅତି ଆବଶ୍ୟକ ସାମଗ୍ରୀ ନେବା ଆଣିବା କୋଚିତ ଦେଖିବାକୁ ମିଳୁଛି ।
ଦିନ ୧୨ ଟା ରୁ ରାସ୍ତା ଘାଟ ଶୁନସାନ ଥିବା ବେକେ ଜଳଛତ୍ର ମାନ ଖୋଲାମେଳା ଥିବା ଜଣାପଡିଛି । ରାଜ୍ୟ ସରକାର ମାର୍ଚ ମାସ ଶେଷ ସପ୍ତାହ ପରେ ପରେ ଜଳଛତ୍ର ମାନ ଖୋଲିବାକୁ ମୁନସିପାଲଟି ,ବ୍ଲକ, ପଂଚାୟତ ମାନଙ୍କୁ ନିର୍ଦେଶ ଦିଆଯାଇଥାଏ । କୋରରୋନ ର କରାଲ ରୂପରେ ଜଳଛତ୍ର ମାନ ଖୋଲାମେଳା ହୋଇ ପଡି ରହିଥିବା ଦୃଶ୍ୟ ବେସ ଚକିତ କରି ଦେଉଛି । ପଥିକ ମାନଙ୍କ ସାହା ଭରସା ଥିବା ଜଳଛତ୍ର ବର୍ତମାନ ଖୋଲାଖୋଲି ଛାଇପରି ପଡି ରହିଯାଇଛି । ଜଳଛତ୍ର ରେ ନା ତୃଷା ମେଣ୍ଟାଉଛି ପଥିକ ନା ବସ କୁ ଅପେକ୍ଷା କରି ଥିବା ଯାତ୍ରୀ ,ସମସ୍ତଙ୍କ ପାଇଁ କାଳ ସାଜିଛି ଏହି କୋରୋନାର ଦିତୀୟ ବିଶାଳ ରୂପ । ଦେଖାଯାଉ କେବେ ସରିବ କୋରୋନ ବିପତ୍ତି ଓ କେବେ ପୁଣି ଜଳଛତ୍ର ଭରସାରେ ରହିବେ ପଥିକ ତାହା ସମୟ ପୁଣି କହିବ ।

Comments are closed.