Odisha news

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ବୁଦେଲଗୁମାଠାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ନର୍ଲା (ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଖାଇରମାଳ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବୁଦେଲଗୁମାଠାରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି। କୋଭିଡ ୧୯ର ସମସ୍ତ ନିୟମାବଳୀ ଅନୁଯାୟୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ମୋଟ ୮୯ ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପୋଷାକ ସହ ଜୋତା ଓ ମୈ।ଜା ବଣ୍ଟନ କରାଯାଇଛି।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁବେର ଚନ୍ଦ୍ର ନାଏକ,ସହ ଶିକ୍ଷକ ସୁବାଷ ପାତ୍ର, ଶିକ୍ଷୟିତ୍ରୀ ପୁଷ୍ପଲତା କୁମାର, ବିଜୟଲକ୍ଷ୍ମୀ ମାଝୀ ପରିଚାଳନା କମିଟିର ସଭାପତି ନରୋତ୍ତମ ହରିଜନ,ବିଦୂର ସେନାପତି,ତେଜରାଜ ମାଝୀ, ଭୀମସେନ ନାଏକ,ଯଶୋବନ୍ତ ନିଆଲ, ପୁଷ୍ପାଞ୍ଜଳି ମାଝୀ,ଯାଜ୍ଞସେନୀ ମାଝୀ, ଲଲିତା ମାଝୀ ପ୍ରମୁଖ   ପୋଷାକ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସଭାକାର୍ଯ୍ୟ ଟିକୁ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ତ୍ରିନାଥ ନାଏକ ଓ ଶେଷରେ ସୁବାଷ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.