ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପି.ଏଚ .ଇ.ଓ ଜଣେ ଆଶାୟୀ ପ୍ରାର୍ଥୀନୀ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର କରିବା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି।ଖବର ନେବାରୁ ଜଣାଯାଏ ନର୍ଲାରୋଡର ମନୋରମା ବାରିକ ଆଶା କର୍ମୀ ନିଯୁକ୍ତିରେ ଆରଟିଆଇ ପାଇଁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପିଏଚ ଇଓ ବିମଳ ଚନ୍ଦ୍ର ଦୀପଙ୍କ ପାଖକୁ ଯାଇଥିଲେ। ତେବେ ସେଠାରେ ଶ୍ରୀ ଦୀପ ତାଙ୍କୁ ଖରାପ ଭାଷାରେ ରେ, ରା କରି ଦୁର୍ବ୍ୟବହାର କରିଥିବା ନେଇ ମହିଳା ଜଣକ ନର୍ଲା ଥାନାର ଦ୍ବାରସ୍ଥ ହୋଇଛନ୍ତି। ଥାନା କେସ ନଂ ୫୪/୨୦୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ପାଇଁ ବିମଳ ଚନ୍ଦ୍ର ଦୀପଙ୍କୁ ପଚରାଉଚରା କରାଯାଉଛି ବୋଲି ଥାନା ଅଧିକାରୀ ରମଣୀ ରଂଜନ ଦଳେଇ ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ନର୍ଲା ବ୍ଳକ ଅନ୍ତର୍ଗତ ମାଣ୍ଡେଲ ଗ୍ରାମରେ ମଧ୍ୟ ଆଶା କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପୂର୍ବରୁ ପ୍ରକାଶ ପାଇଥିଲା