Odisha news

କର୍ମେ ଗ୍ରାମ ପଞ୍ଚାୟତରେ ନୂତନ ହାଟ ଉଦଘାଟିତ

0
ନର୍ଲା: (ଦୀପକ କୁମାର ଠାକୁର) ନର୍ଲା ବ୍ଲକ ଅନ୍ତର୍ଗତ  କର୍ମେଗାଁରେ ଏକ ନୂତନ ହାଟ ସରପଞ୍ଚ ଶ୍ରୀମତୀ ସବିତା ମହାନନ୍ଦ ଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି |ସମସ୍ତ ୱାର୍ଡମେମ୍ବର, ନାଏବ ସରପଞ୍ଚ ଓ ଗ୍ରାମପଞ୍ଚାୟତର ଗଣ୍ୟମାନ୍ୟ ବ୍ୟକ୍ତି ଆନନ୍ଦ ମହାନନ୍ଦ, ହେମନ୍ତ କୁମାର ଭୋଇ,ଉଦ୍ଧବ ଗଡତ୍ୟା,ତୀରଣୀ ପ୍ରମୁଖ ଉପସ୍ଥିତ ଥିଲେ | ପ୍ରଥମେ ସବିତା ମହାନନ୍ଦ (ସରପଞ୍ଚ )ପନି ପରିଵା କିଣି ଶୁଭ ଉଦଘାଟନ କରିଥିଲେ | ସୁରପଦର, ଗୋଡିପଟା, ମୁରସିଂ, କର୍ମେ, ନୂଆପଡା  ଗ୍ରାମର ଲୋକମାନେ ବହୁ ସଂଖ୍ୟାରେ  ଯୋଗ ଦେଇ ଖୁସି ବ୍ୟକ୍ତ କରିଥିଲେ |ପ୍ରତି ରବିବାର ଦିନ ସାପ୍ତାହିକ ବଜ଼ାର ବସିବା କଥା ଶୁଣି ଆଖ ପାଖ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

Leave A Reply