ଫ୍ରାନ୍ସରେ ସିଜର ଆୱାର୍ଡ ପୁରସ୍କାର ବିତରଣୀ ଚାଲିଥିବା ବେଳେ ହଟାତ ଜଣେ ଅଭିନେତ୍ରୀ ଲକ ଡାଉନକୁ ବିରୋଧ କରି ଉଲଗ୍ନ ହୋଇଗଲେ : ତାପରେ ….
ଓସ୍କାର ଆୱାର୍ଡ ଭଳି ଫ୍ରାନ୍ସରେ ସିଜର ଆୱାର୍ଡ ପୁରସ୍କାର ବିତରଣୀ ଚାଲିଥିବା ବେଳେ ହଟାତ ଜଣେ ଅଭିନେତ୍ରୀ ଲକ ଡାଉନକୁ ବିରୋଧ କରି ଉଲଗ୍ନ ହୋଇଗଲେ l ଲକଡାଉନ ସମୟରେ ସିନେମା ଘର ବନ୍ଦ କାରଣରୁ ଅଭିନେତ୍ରୀ ଜଣଙ୍କ ଏହି ଭଳି ପଦକ୍ଷେପ ନେଇଥିଲେ l ଏହି ଅଭିନେତ୍ରୀ ଜଣଙ୍କ ନାଁ ହେଲା କର୍ଣ୍ଣିନେ ମାସେରିଆ l ଏହି ଅଭିନେତ୍ରୀ ଜଣଙ୍କ ଯେତେବେଳେ କଷ୍ଟ୍ୟୁମ ପ୍ରଦର୍ଶନ କରିବା ପାଇଁ ଷ୍ଟେଜକୁ ଆସିଲେ ସେତେବେଳେ ଗଧ ଭଳି ଦେଖା ଯାଉଥିବା ପୋଷାକ ଓ ଟେମ୍ପୋନର ଝୁମୁକା ଭାବରେ ପିନ୍ଧିଥିଲେ l ମାସେରିଆ ଗଧ ଭଳି ଦେଖା ଯାଉଥିବା ପୋଷାକକୁ ବାହାରକରିବା ପୂର୍ବରୁ ଦର୍ଶକ ମାନଙ୍କୁ ପଚାରିଲେ ରକ୍ତ ଭଳି ଦେଖାଯାଉଥିବା ପୋଷାକ କେମିତି ଦେଖାଯାଏ ଓ ତାପରେ ସେ ସମ୍ପୂର୍ଣ ଉଲଗ୍ନ ହୋଇଯାଇଥିଲେ l ଏହି 57 ବର୍ଷୀୟ ମହିଳା ଜଣଙ୍କ ସମ୍ପୂର୍ଣ ଉଲଗ୍ନ ହେଲାପରେ ଦେହରେ ଲେଖାହୋଇଥିବା ସନ୍ଦେଶକୁ ଦେଖେଁଥିଲେ l ତାଙ୍କ ପିଠିରେ ଲେଖାହୋଇଥିବା ସନ୍ଦେଶ ଫ୍ରାନ୍ସ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ୟେଶରେ ଥିଲା ଓ ଅଭିନେତ୍ରୀ ଜଣଙ୍କ ଲେଖିଥିଲେ “ଆମକୁ ଆମ କଳା ଫେରାଇଦିଅ” l ତାଙ୍କର ଏହି କାମକୁ ଦେଖି ଦର୍ଶକ ମାନେ ତାଳି ବଜାଇଥିଲେ କିନ୍ତୁ ସୋସିଆଲ ମିଡ଼ିଆରେ କିଛି ଲୋକ କହିଥିଲେ 46 ତମ ସିଜର ଆୱାର୍ଡ ଏଥର ଅଶ୍ଳୀଳ ହୋଇଥିଲା l