ବାରଙ୍ଗ: ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ନୂଆ ବର୍ଷ ରେ ନୂଆ ଅତିଥି ଆସୁ ଆସୁ ଦିନକ ପରେ ଆଖିବୁଜିଛି । ଯାହାକୁ ନେଇ ପଶୁପ୍ରେମୀମାନେ ମ୍ରିୟମାଣ ହୋଇପଡ଼ିଛନ୍ତି । ସୂଚନା ମୁତାବକ , ଉଦ୍ୟାନ ର କୁଜି ହରିଣ ଖୁଆଡ ରେ ରହୁଥିବା କୁଜି ହରିଣ ମଙ୍ଗଳବାର ଦିନ ଗୋଟିଏ ଶାବକ ଜନ୍ମ ହମଦେଇଥିଲା । ମା ଓ ଛୁଆ ସୁସ୍ଥ ଥିବା ବେଳେ ଡ଼ାକ୍ତର ଙ୍କ ନଜର ବନ୍ଦିରେ ରହିଥିଲା । ହେଲେ ଛୁଆ ଟି ବୁଧବାର ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା । ପଶୁ ଚିକିତ୍ସକ ତାର ଚିକିତ୍ସା ଜାରି ରଖିଥିଲେ ବି ତାକୁ ବଞ୍ଚେଇ ପାରିନଥିଲେ। ଶେଷରେ କୁଜି ହରିଣ ଶାବକ ଟି ଆଖିବୁଜିଥିଲା । ସେହିପରି ହାତୀ ସଫାରୀ ରେ ରହୁଥିବା ହାତୀ ବାସନ୍ତୀ ପୁଣି ଥରେ ଅସୁସ୍ଥ ହୋଇପଡିଛି । ଗତ କିଛିଦିନ ହେବ ସଠିକଭାବେ ଖାଦ୍ୟ ଗ୍ରହଣ ନକରିବା ସହ ଗତକାଲିଠାରୁ ସେ ଝାଡା ବସିନଥିବା ଜଣାପଡିଛି। ଯାହାକୁ ନେଇ ଡାକ୍ତରମାନଙ୍କର ଚିନ୍ତା ବଢିଯାଇଛି ।ବୁଧବାରଦିନ ପ୍ରାଣୀ ଉଦ୍ୟାନ ପଶୁ ଚିକିତ୍ସାଳୟର ଡାକ୍ତରମାନେ ଯାଇ ବାସନ୍ତୀର ଚିକିତ୍ସା ଆରମ୍ଭ କରିଥିବାର ଜଣାପଡିଛି ।