କେନ୍ଦୁଝରତା : କେନ୍ଦୁଝର ଜିଲ୍ଲା ପରିଷଦ ର ଷଷ୍ଠ ଅଧିବେଶନ ଚଳିତ ଡ଼ିସେମ୍ବର ୨୯ ତାରିଖ ଶୁକ୍ରବାର ଦିନ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ସାଗରୀକା ସାହୁ ଙ୍କ ଅଧକ୍ଷତା ରେ ଦରବାର ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନ ରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ଜଗନ୍ନାଥ ନାୟକ, ଲୋକସଭା ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ଘସିପୁରା ବିଧାୟକ ପ୍ରଫେସର ବଦ୍ରି ନାରାୟଣ ପାତ୍ର, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଆନନ୍ଦପୁର ବିଧାୟକ ଭାଗିରଥି ସେଠି, ଜିଲ୍ଲାପାଳ ଆଶିଷ ଥାକରେ, ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ସାହୁ ଉଦବୋଧନ ଦେଇ କହିଥିଲେ ଯେ ଜିଲ୍ଲାର ସାମଗ୍ରିକ ବିକାଶ ସମ୍ପର୍କ ରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ପାଇଁ ଜିଲ୍ଲାପରିଷଦ ଅଧିବେଶନ ସୁଯୋଗ ଆଣିଛି। ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ର ସଠିକ ରୂପାୟନ ହେଲେ ଜିଲ୍ଲାର ପ୍ରଭୁତ ଉନ୍ନତି ହୋଇପାରିବ ଏବଂ ଲୋକମାନେ ଉପକୃତ ହୋଇପାରିବେ।ଏଣୁ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧି ମାନେ ଉତ୍ତମ ସମନ୍ୟୁୟ ରକ୍ଷାକରି ଜନସାଧାରଣ ଙ୍କ ହିତ ପାଇଁ କର୍ତ୍ତବ୍ୟ ପାଳନ କରିବାକୁ ନିବେଦନ କରିଥିଲେ। ଏତଦ ବ୍ୟତୀତ ନବବର୍ଷର ଅବ୍ୟାବାହିତ ପୂର୍ବରୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ସୁଖ, ସମୃଦ୍ଧି କାମନା କରିଥିଲେ। ଏହି ଅଧିବେଶନ ରେ ଗତ ତା ୧୯.୦୭.୨୦୨୩ ରିଖ ରେ ଅନୁଷ୍ଠିତ ହୋଇଥିବା ବୈଠକର ବିବରଣୀ ର ପୁଣିକରଣ କରାଯାଇଥିଲା।। ପୂର୍ବ ବୈଠକ ର ବିବରଣୀ ଉପରେ ଅନୁପାଳନରେ ସମୀକ୍ଷା କରାଯାଇଥିଲା।ଏହାପରେ କାର୍ଯ୍ୟ ସୁଚି ଅନୁଯାଇ ଆଲୋଚନା ଆରମ୍ଭ କରାଯାଇଥିଲା। ବିଶେଷତଃ କେନ୍ଦୁଝର ଜିଲ୍ଲାରେ ଲଘୁ ଖଣିଜ ଜାତ ସାମଗ୍ରୀ କ୍ଷେତ୍ରରେ ଦେଖା ଯାଇଥିବା ସମସ୍ୟା, ବିଭିନ୍ନ ଯୋଜନା ରେ ଆବାସ ଗୃହ ନିର୍ମାଣ ଓ ଉନ୍ନୟନ କାର୍ଯ୍ୟପାଇଁ ଆବଶ୍ୟକୀୟ ବାଲି, ଚିପ୍ସ, ଇତ୍ୟାଦି ର ଅଭାବ ସମ୍ପର୍କରେ ବୈଠକ ରେ ଆଲୋଚନା କରାଯାଇ ଏସବୁ ସମସ୍ୟା ର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବାକୁ ନିଷ୍ପତି ନିଆଯାଇଥିଲା। ଏ କ୍ଷେତ୍ର ରେ ତ୍ୱରିତ ବିହିତ ପଦକ୍ଷେପ ନେବା ସହିତ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱରୋପ କରାଯାଇଥିଲା। ଜିଲ୍ଲାରେ ଚାଲିଥିବା ବିଦ୍ୟୁତ କରଣ କାର୍ଯ୍ୟକ୍ରମ ସମ୍ପର୍କ ରେ ବିସଦ ଭାବେ ଆଲୋଚନା କରାଯାଇ ବିଦ୍ୟୁତ ଯୋଗାଣ ହେଉନଥିବା କିମ୍ବା ଅଚଳ ହୋଇ ପଡ଼ିଥିବା ବିଦ୍ୟୁତ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବିଭିନ୍ନ ଗ୍ରାମ, ସାହି କୁ ତୁରନ୍ତ ବିଦ୍ୟୁତ ଯୋଗାଣ ପାଇଁ ପଦକ୍ଷେପ ନେବା ସହିତ ବିଦ୍ୟୁତ ବିଲ୍ ନିୟମିତ ଖାଉଟିଙ୍କୁ ଯୋଗାଇବା ବିପଦ ସଂକୁଳ ଅବସ୍ଥାରେ ଥିବା ଟ୍ରାନ୍ସଫରମର ଗୁଡିକ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ଏତଦ ବ୍ୟତୀତ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ବିଦ୍ୟୁତ ଯୋଗାଣ ସମ୍ପର୍କ ରେ ଆଲୋଚନା କରାଯାଇଥିଲା।ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ରାସ୍ତା ନିର୍ମାଣ ଓ ମରାମତି ଆଗମ୍ୟ ଅଂଚଳ କୁ ରାସ୍ତା ନିର୍ମାଣ ଏବଂ ଡ୍ରେନେଜ ନିର୍ମାଣ ସମ୍ପର୍କ ରେ ଶିକ୍ଷକ ରେ ଆଲୋଚନା କରାଯାଇ ଶୋଚନୀୟ ଅବସ୍ଥା ରେ ଥିବା ରାସ୍ତାଗୁଡିକରେ ମରାମତି ଯୁଦ୍ଧକାଳୀନ ଭିତ୍ତି ରେ କରିବା ପାଇଁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦିଆଯାଇଥିଲା।ଜାତୀୟ ରାଜପଥ ପ୍ରସଙ୍ଗ ଉପରେ ବୈଠକ ରେ ବିଷଦ ଆଲୋଚନା କରାଯାଇଥିଲା। କେନ୍ଦୁଝର ଜିଲ୍ଲାର ଜାତୀୟ ରାଜପଥ ନିର୍ମାଣ ରେ ଥିବା ତ୍ରୁଟି, ସଂଶୋଧନ, ନିୟମିତ ପେଟ୍ରୋଲିଙ୍ଗ ସହିତ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଆମ୍ବୁଲାନ୍ସ ସେବା, ରାସ୍ତା ପାର୍ଶ୍ଵ ଜନବସତୀ, ଅଞ୍ଚଳରେ ରାଜପଥରେ ଲାଇଟ ବ୍ୟବସ୍ଥା, ଆବଶ୍ୟକ ସ୍ଥଳେ ବାଇପାସ ଓ ଅଣ୍ଡର ପାସ୍ ନିର୍ମାଣ, ଗର୍ତ୍ତ ହୋଇଥିବା ସ୍ଥାନରେ ଆସୁ ମରାମତି, ସ୍ଥଳ ବିଶେଷରେ ପାର୍କିଂ ସ୍ଥାନ ବ୍ୟବସ୍ତା ଇତ୍ୟାଦି ପ୍ରସଙ୍ଗରେ ବୈଠକ ରେ ଆଲୋଚନା କରାଯାଇ ଏକତା ରେ ଆସୁ ପଦକ୍ଷେପ ନେବାକୁ ଜାତୀୟ ରାଜପଥ ପ୍ରାଧିକରଣ କର୍ମକର୍ତା କୁ ନିର୍ଦେଶ ଦିଆଯାଇଥିଲା। ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ବିଭିନ୍ନ କାର୍ଯ୍ୟକ୍ରମ ଯଥା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ର କାର୍ଯ୍ୟକାରଣ ଓ ଅଗ୍ରଗତି ସମ୍ପର୍କ ରେ ସମୀକ୍ଷା କରାଯିବା ସହ ଡି ଏମ ଏଫ ଏ ଅନୁଦାନ ରେ ହାତକୁ ନିଆଯାଇଥିବା ପ୍ରକଳ୍ପ ଗୁଡିକ ର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇ ବିଭିନ୍ନ ପ୍ରକଳ୍ପ ର ଅଗ୍ରଗତି ତ୍ୟୁରାନ୍ୱିତ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ କର୍ତ୍ତୃପକ୍ଷ କୁ ନିର୍ଦେଶଦିଆଯାଇଥିଲା। ସ୍ବାସ୍ଥ୍ୟ ବିଭାଗୀୟ ବିଭିନ୍ନ କାର୍ଯ୍ୟ କ୍ରମ ସମ୍ପର୍କୀୟ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟ ମାନଙ୍କରେ ଡାକ୍ତର ଓ ଷ୍ଟାଫ୍ ସ୍ଥିତି ଓ ଖାଲି ପଡ଼ିଥିବା ପଦବୀ ଏବଂ ତାର ପୂରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ ସହ ଡିଜିଟାଲ ଡିସ ପେନ୍ ଶରିର ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ଚିକିତ୍ସାଳୟ ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କ ନିମନ୍ତେ ଆବଶ୍ୟକୀୟ ବାସ ଗୃହ ନିର୍ମାତା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇ ଥିଲା । ଶିକ୍ଷା ବିଭାଗର କାର୍ଯ୍ୟାବଳୀ ବିଭିନ୍ନ ପ୍ରକାରର ବିଦ୍ୟାଳୟରେ ସ୍ଥିତି , ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ସ୍ଥିତି ଓ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଓ ଏହାର ପୂରଣ ନିମନ୍ତେ ପଦକ୍ଷେପ, ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ସଂଖ୍ୟା ର ଅନୁପାତରେ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପୂରଣ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ, ମୋ ସ୍କୁଲ ଅଭିଯାନ, ସମଗ୍ର ଶିକ୍ଷା ଅଭିଯାନ ସମ୍ପର୍କରେ ଆଲୋଚନା କରାଯାଇ ସମୀକ୍ଷା କରାଯାଇଥିଲା , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ଶିକ୍ଷା ଅନୁଷ୍ଠାନ ମାନଙ୍କର ପରିଚାଳନା, ଛାତ୍ରବୃତ୍ତି, ଇତ୍ୟାଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଗ୍ରାମ୍ୟ ଜଳଯଗାଣ ଓ ପରିମଳ ବିଭାଗ ର ବିଭିନ୍ନ କାର୍ଯ୍ୟକ୍ରମ ନଳ କୂପ ଓ ସୋଲାର ପ୍ରକଳ୍ପ ମାଧ୍ୟମରେ ଜଳଯୋଗାଣ, ବୃହତ୍ ଜଳ ଯୋଗାଣ ପ୍ରକଳ୍ପ ସମ୍ପର୍କ ରେ ବୈଠକରେ ଆଲୋଚନା କରାଯାଇଥିଲା ଜିଲ୍ଲା ଓ ଜିଲ୍ଲା ବାସୀଙ୍କ ସାମଗ୍ରିକ ବିକାଶ କ୍ରମ ରେ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ଓ କାର୍ଯ୍ୟ କ୍ରମର ସଠିକ୍ ରୂପାୟନ ପାଇଁ ସାଂସଦ ଓ ବିଧାୟକ ବୃନ୍ଦ ବୈଠକ ରେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ରିପୋର୍ଟ ପ୍ରସ୍ତୁତି ବେଳକୁ ଜିଲ୍ଲାପରିଷଦ ବୈଠକ ଜାରି ରହିଥିଲା ଉପନିର୍ଦେଶକ ସୂଚନା ଓ ଲୋକ ସଂପର୍କ କେନ୍ଦୁଝର।