Odisha news

  ଫୁଲନଖରା : କୁକୁଡ଼ା ଚାଷୀଙ୍କୁ ଋଣ ପ୍ରଦାନ ପାଇଁ ବିଜେପିର ଦାବି

0

ଫୁଲନଖରା : ଓପୋଲୋଫେଡ଼ଦ୍ୱାରା ପରିଚାଳିତ କୁକ୍କୁଟ ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ କୁକୁଡ଼ା ଚାଷ କରିବା ପାଇଁ ଋଣ ଯୋଗାଇଦେବାକୁ ବିଜେପି ସମବାୟ ସେଲ ଦାବି କରିଛି । ବର୍ତ୍ତମାନ କୁକୁଡ଼ା, ଛେଳି, ମେଣ୍ଢା, ଅଣ୍ଡା ଇତ୍ୟାଦି ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହୋଇଥିଲାବେଳେ ରାଜ୍ୟରେ ଏହି ଚାଷର ବ୍ୟାପକ ପରିସର ରହିଛି ।

ରୁଗ୍‌ଣ ଅବସ୍ଥାରେ ପଡ଼ି ରହିଥିବା କୁକ୍କୁଟ ସମବାୟ ସମିତିକୁ ସକ୍ରିୟ କରିବା ସହିତ ଏଥିରେ ପଞ୍ଜିକୃତ ଚାଷୀମାନଙ୍କୁ ରାଜ୍ୟ ସରକାର ଋଣ ଯୋଗାଇଦେଲେ ଚାଷୀମାନେ ଉପକୃତ ହେବା ସହିତ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ହ୍ରାସ ପାିବ ।

ଏହି ମର୍ମରେ କେନ୍ଦ୍ରୀୟ କଟକ ଜିଲା ସଂଯୋଜକ ବିଜୟ ରାଉତରାୟ, ନିଆଳି ନିର୍ବାଚନ ମଣ୍ଡଳୀ ସଂଯୋଜକ ବନ୍ଧୁଚରଣ ସାହୁ, ଜିଲା ସଂଯୋଜକ ବିପିନବିହାରୀ ପଣ୍ଡା, ସଦର ବ୍ଲକ ସଂଯୋଜକ କ୍ଷୀରୋଦ ଦଳାଇ, ରାଜ୍ୟ ମହିଳା ମୋର୍ଚ୍ଚା ସଭ୍ୟା ପ୍ରତିଭା ଶତପଥି, ସମବାୟବିତ କେଦାରନାଥ ଜେନା, ବାଙ୍କୀ ସଂଯୋଜକ ପଦ୍ମଜା ଦେବତା, ବାରଙ୍ଗ ସଂଯୋଜକ ଅଜୟ ମୁଦୁଲି, ନିଆଳି ବ୍ଲକ ସଂଯୋଜକ ଯୋଗେନ୍ଦ୍ର ଦାସ, କୃଷ୍ଣଚନ୍ଦ୍ର ମଲିକ ପ୍ରମୁଖ ଏକ ଦାବିପତ୍ର ସମବାୟ ବିଭାଗ ନିବନ୍ଧକ, କେନ୍ଦ୍ର ପଶୁ ସମ୍ପଦ ମନ୍ତ୍ରୀ ଓ ରାଜ୍ୟ ପଶୁ ସମ୍ପଦ ବିଭାଗ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

Nalco
Leave A Reply