Odisha news

ଶିକ୍ଷକ ସଂଘର ରୌପ୍ୟ ଜୟନ୍ତୀ ସମାରୋହ

0

ଫୁଲନଖରା : ଉପଯୁକ୍ତ ପିଢ଼ି ତିଆରି କରିବା ଦାୟିତ୍ୱ ଶିକ୍ଷକମାନଙ୍କର । ଆମ୍ଭେ ଯିଏ ଯେଉଁ ସୋପାନରେ ଉପନୀତ ହୋଇଛନ୍ତି ସେ ସବୁର ଶ୍ରେୟ ଗୁରୁମାନଙ୍କର; ରାଜ୍ୟ ସରକାର ଗୁରୁମାନଙ୍କ ସମସ୍ୟା ପ୍ରତି ସର୍ବଦା ସଚେତନ ଅଛନ୍ତି । ପର୍ଯ୍ୟାୟକ୍ରମେ ସେମାନଙ୍କର ସମସ୍ୟା ସମାଧାନ କରାଯାଉଛି । ସମ୍ପ୍ରତି ଶିକ୍ଷକମାନଙ୍କର ପଦୋନ୍ନତି କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତିବୋଲି ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ‘ୟୁଟିଆ’ର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗଣ ଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ମତ ବ୍ୟକ୍ତ କରିଛନ୍ତି ।

‘ୟୁଟିଆ’ ସଭାପତି ବିକ୍ରମକେଶରୀ ବର୍ମାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସଂଘର ମହାସଚିବ ପ୍ରଫେସର ଯୁଧିଷ୍ଠିର ଖଟୁଆ ଓ ଗଣ ଶିକ୍ଷା ବିଭାଗର ପ୍ରାକ୍ତନ ନିଦେ୍ର୍ଦଶକ ଡଃ. ଶରତଚନ୍ଦ୍ର ବିଶ୍ୱାଳ ଯୋଗଦେଇ ୬ଜଣ କୃତୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ନ୍ଧିତ କରିଥିଲେ । ଉକ୍ତ ଉତ୍ସବରେ ଡଃ. ଉପେନ୍ଦ୍ରକୁମାର ସାହୁ, ଗଙ୍ଗାଧର ସେନାପତି, ଶିବପ୍ରସାଦ ସ୍ୱାଇଁ, ଶରତକୁମାର ପାଇକରାୟ, ଡଃ. ଅର୍ଜୁନକୁମାର ବିଶ୍ୱାଳ, ଡଃ. ଅର୍ପିତା ଷଡ଼ଙ୍ଗୀ, ଡଃ. ବ୍ରଜକିଶୋର ନାୟକ, ପ୍ରଣବକୁମାର ରାଉତରାୟ, ଲକ୍ଷ୍ମୀପ୍ରସାଦ ସାହୁ, ଲକ୍ଷ୍ମଣକୁମାର ମହାନ୍ତି, ହେମନ୍ତକୁମାର ଜେନା, ରମାକାନ୍ତ ପଣ୍ଡା, କେଶବ ପ୍ରଧାନ, ପ୍ରଶାନ୍ତ ମହନ୍ତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପବିତ୍ରଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply