Odisha news

ଓମୀକ୍ରାନ ସମୟରେ ନଖ ଚୋବାଇବା ଅଭ୍ୟାସ ଖୁବ ବିପଦ ପୂର୍ଣ୍ଣ ହୋଇପାରେ : ଜଣାନ୍ତୁ କିପରି ଏହି ଅଭ୍ୟାସକୁ ଛାଡ଼ିବେ

0

କରୋନା ଆରମ୍ଭ ହେବ ସମୟରେ ହାତକୁ ବାରମ୍ବାର ଧୋଇବା ପାଇଁ ଓ ସାନିଟାଈଜ କରିବା ପାଇଁ କୁହା ଯାଉଥିଲା l ଏପରି କି ବିନା ସାନିଟାଈଜରେ ହାତ ସାହାଯ୍ୟରେ ମୁହଁରେ ହାତ ଲଗାଇବା ପାଇଁ ମଧ୍ୟ ମନା କରାଯାଉଥିଲା l ଗବେଷକ ମାନେ କହିଛନ୍ତି ଅଧିକାଂଶ ସଂକ୍ରମଣ ଆମର ହାତ ଦ୍ୱାରା ପାଟି ,ଆଖି ଓ ନାକରେ ପହଂଚି ଅନେକ ରୋଗର କାରଣ ହୋଇଥାଏ କିନ୍ତୁ କିଛି ଲୋକ ଏପରି ରହିଛନ୍ତି ଯେଉଁ ମାନଙ୍କର ନଖ ଦାନ୍ତରେ ଛିଡ଼ାଇବାର ଅଭ୍ୟାସ ଥାଏ l କିଛି ଛୋଟ ପିଲା ମଧ୍ୟ ଏହି ସମସ୍ୟାରେ ପଡ଼ିଥାନ୍ତି l ଗୋଟିଏ ଗବେଷଣା ଅନୁସାରେ ବିଶ୍ୱର ୬୦ ପ୍ରତିଶତ ଲୋକ ନଖ ଦାନ୍ତରେ ଛିଡି଼ଇ ଥାନ୍ତି l ଆସନ୍ତୁ ଜାଣିବା ନଖ ଚୋବାଇବାର କାରଣ କଣ l

* ନଖ ଚୋବାଇବାର ଅଭ୍ୟାସ ୪ ରୁ ୬ ବର୍ଷ ଓ ମଧ୍ୟ ବୟସ୍କ ବ୍ୟକ୍ତି ମାନଙ୍କ ପାଖରେ ଅଧିକ ଦେଖିବାକୁ ମିଳିଥାଏ l ବିଶେଷଜ୍ଞଙ୍କ ମତରେ ଏହାର କାରଣ ବିଶେଷ ଭାବରେ ଡିପ୍ରେସନ ,କନଫ୍ୟୁଜନ ,ଧ୍ୟାନ ବଢାଇବା ପାଇଁ କିମ୍ବା ନିରାଶ ହେଉଥିବା କାରଣରୁ ହୋଇଥାଏ l

* ଆମ ନଖରେ ବିଭିନ୍ନ ପ୍ରକାରର ଜୀବାଣୁ ରହିଥାନ୍ତି l ଯେଉଁ କାରଣରୁ ନଖ ଚୋବାଇବା ଦ୍ୱାରା ଆମ ପେଟକୁ ଯାଇଥାନ୍ତି l ତେଣୁ ଏହା ଦ୍ୱାରା ବିଭିନ୍ନ ପେଟ ଜନିତ ରୋଗ ସହିତ ବର୍ତ୍ତମାନ ଓମୀକ୍ରାନ ମଧ୍ୟ ବ୍ୟାପଇପାରେ l

* ଯଦି ଗୋଟିଏ ପିଲା ଛୋଟ ବେଳୁ ଦାନ୍ତରେ ନଖ ଚୋବାଇଥାଏ ତେବେ ଗବେଷକ ମାନେ ମତ ଦେଇଛନ୍ତି ଯେ ତାର ଦାନ୍ତର ମାଢି ଢିଲା ହୋଇଯାଇଥାଏ ଓ ଦାନ୍ତ ଗୁଡିକ ତେଢା ହୋଇଯାଇଥାଏ l ତେଣୁ ନଖ ଚୋବାଇବା ଉଚିତ ନୁହେଁ l

* ପିଲା ମାନଙ୍କର ନଖକୁ ସପ୍ତାହକୁ ଥରଟେ କାଟିବା ଆବଶ୍ୟକ l ଛୋଟ ପିଲାଙ୍କ ନଖରେ ଲିମ୍ବ ତେଲ ଲଗାନ୍ତୁ l କାରଣ ଏହି ଓମୀକ୍ରାନ ସମୟରେ ହାତକୁ ଜୀବାଣୁ ଠାରୁ ଦୁରେଇ ରଖିବା l ପ୍ରତିଦିନ ୨ ହାତକୁ କିଛି ସମୟ ପାଇଁ ଉଷୁମ ପାଣିରେ ବୁଡାଇ ରଖିବା ଉଚିତ ଯେଉଁ କାରଣରୁ ପିଲାମାନେ ଓମୀକ୍ରାନ ସଂକ୍ରମଣରୁ ରକ୍ଷା ପାଇ ପାରିବେ l

Leave A Reply

Your email address will not be published.