Odisha news

ଅବକାରୀ ଓ ପୁଲିସ ର ମିଳିତ ଚଡାଉ , ମଦ ଓ ପୋଚ ଜବତ

ନବରଙ୍ଗପୁର (କେ.ସାକିଲି ଦୋରା)—ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଦଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ  କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍ଥାନରେ କୋଷାଗୁମୁଡା ପୁଲିସ ଓ କୋଡ଼ିଙ୍ଗା ଅବକାରୀ ବିଭାଗ ର ମିଳିତ ଚଡାଉ କରାଯାଇ ବିପୁଳ ପରିମାଣରେ ମଦ ଓ ପୋଚ କୁ ନଷ୍ଟ କରାଯାଇଥିବା ଜଣାପଡିଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଟେମେରା , ବେଲପୁଟି , ସରାଳଧନୁଆ , ଭଇଁସାବେଡା , ଆଉଁଳି , ପାଇଦାପାଲି ଓ କୋଷାଗୁମୁଡା  ଗ୍ରାମ ଉପରେ ଅଚାନକ ଚଡାଉ କରାଯାଇ ପ୍ରାୟ ୧୫ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୨ ହଜାର ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇଛି  । ଆଜିର ଏହି ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା ,  କୋଡ଼ିଙ୍ଗା ଅବକାରୀ ସହଉପନିରୀକ୍ଷକ ଜଗବନ୍ଧୁ ଯାନୀ , ଅବକାରୀ କନେଷ୍ଟବଳ ଆକ୍ରମ ଖାନ , ଦେବେନ୍ଦ୍ର ସମରଥ ଓ  କୋଷାଗୁମୁଡା ଥାନା  ପୁଲିସ କର୍ମଚାରୀ  ପ୍ରମୁଖ ସାମିଲ ଥିଲେ ।

Comments are closed.