ନବରଙ୍ଗପୁର : ଅପପୃଷ୍ଟି ଓ ଶିଶୁ ମୃତ୍ୟୁ ହାରକୁ ରୋକିବା ଦିଗରେ ସ୍ତନ୍ୟପାନ ର ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି । ସ୍ତନ୍ୟପାନ ର ଉପକାରିତା ଓ କୁପୋଷଣ କୁ ଦୂରେଇବା ନିମନ୍ତେ ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅବସରରେ ବ୍ୟାପକ ଜନ ସଚେତନତା କାର୍ଯ୍ୟ କ୍ରମ ମାନ ଅଙ୍ଗନୱାଡି ଓ ଗ୍ରାମ ପଞ୍ଚାୟତ ସ୍ତରରେ କରାଯାଉଛି ।
ବିଶେଷ କରି ଅଙ୍ଗନୱାଡି ସ୍ତରରେ ଗର୍ଭବତୀ ଓ ପ୍ରସୃତି ମହିଳା ଏବଂ ସ୍ବଂସହାୟକ ଦଳ ମାନଙ୍କ ସହିତ ଶିଶୁ କୁ କୁପୋଷଣ ରୁ ରୋକିବାରେ ମା କ୍ଷୀର ର ଗୁରୁତ୍ଵ , ରକ୍ତ ହୀନତା ର ମୁକାବିଲାର ବିଭିନ୍ନ ଦିଗ , ସନ୍ତୁଳିତ ଆହାର ଓ ବାଲ୍ୟ ବିବାହ ର କୁପରିଣାମ ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଶିଶୁ ଜନ୍ମର ଏକ ଘଣ୍ଟା ସମୟ ମଧ୍ୟରେ ମା ର ପ୍ରଥମ ଓ ହଳଦିଆ କଷ କ୍ଷୀର ଶିଶୁ କୁ ନିଶ୍ଚୟ ଦେବା ବିଷୟରେ ଆଲୋଚନା କରାଯାଉଛି । ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଜିଲ୍ଲାର ସମସ୍ତ ଗ୍ରାମ ଗୁଡିକରେ ସଚେତନ କରାଇବା ନିମନ୍ତେ ଆଜି ସମାଜ କଲ୍ଯାଣ ବିଭାଗ ଓ ପି ଏଚେ ଆର ଏସ ସଂସ୍ଥା ର ମିଳିତ ସହଯୋଗରେ ଏକ ସଚେତନତା ରଥ ଜିଲ୍ଲା କାର୍ଯ୍ୟ।ଳୟ ରୁ ବାହାରିଛି ।
ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଓ ଉପଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲି ମିଳିତ ଭାବରେ ପତାକା ଦେଖାଇ ଏହି ସଚେତନତା ରଥ ପରିକ୍ରମା କାର୍ଯ୍ୟ କୁ ଆରମ୍ଭ କରିଛନ୍ତି । ଏହି ସଚେତନତା ରଥ ଟି ଜିଲ୍ଲାର ଦଶ ଗୋଟି ବ୍ଲକ ର ସମସ୍ତ ଗ୍ରାମରେ ସ୍ତନ୍ୟପାନ ର ଉପକାରିତା ଉପରେ ବାର୍ତ୍ତା ପ୍ରଚାର କରିବ ବୋଲି ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ମତବ୍ୟକ୍ତ କରିଛନ୍ତି ।
ଜିଲ୍ଲା କାର୍ଯ୍ୟାଳୟ ର ହୋଇଥିବା ଏହି ସଚେତନତା ରଥ ର ଉଦଘାଟନୀ ସମାରୋହରେ ସହାୟକ ସମାଜ କଲ୍ଯାଣ ଅଧିକାରୀ ନରହରି ସିଂ , ଖଣ୍ଡିୟ ବନ ଅଧିକାରୀ, ମଗର ଧନଜି ରାଓସ , କ୍ରିଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ ,ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଶିଶୁସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ , ଆକ୍ସନଏଡ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ , ତ୍ରିପତି ବାଲାଜି ସାହୁ , ସସ୍ମିତା ମହାନ୍ତି , ବିଶ୍ଵଜିତ ମହାନ୍ତି , ସୁକାନ୍ତ ପାତ୍ର , ତୃପ୍ତି ମହାପାତ୍ର , ପ୍ରଜ୍ଞା ଲିଷ୍ପା ସ୍ଵାଇଁ , ସୁଜିତ କୁମାର ସୁନା ,ଯୋସ୍ନ।ରାଣୀ ଚୌଧୁରୀ , ବନ୍ଧନା ଖାକା , କୁସୁମିତା ଦୀପ, ମାନସ ରଞ୍ଜନ କଟା ଓ ଅନ୍ୟଅଧିକାର ମାନେ ଉପସ୍ଥିତ ଥିଲେ ।
Comments are closed.