Odisha news

ପ୍ରତେକ ଦିନ ଏକ କୋଟି ଟୀକାକରଣ ପାଇଁ ମହାମହିମ ରାଷ୍ଟ୍ରପତି ଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ।

ନବରଙ୍ଗପୁର (କେ.ସାକିଲି ଦୋରା)—-ଭାରତ ର ସମସ୍ତ ନାଗରିକ ଙ୍କୁ ଦେୟମୁକ୍ତ ସାର୍ବଜନୀନ ଟୀକାକରଣ ଓ ଦିନକୁ ଏକ କୋଟି ଟୀକାକରଣ ନିମନ୍ତେ ଏ ଆଇ ସି ସି  ଙ୍କ ନିର୍ଦେଶ କ୍ରମେ ଓ ପି ସି ସି ଙ୍କ ଆଦେଶରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ର ରେ ଦର୍ଶାଇଛନ୍ତି ଯେ  କେନ୍ଦ୍ରର ମୋଦୀ ସରକାରଙ୍କ ଖାମଖିଆଲି ମନୋଭାବ ଓ ଦୂରଦୃଷ୍ଟିର ଘୋର ଅଭାବ ଯୋଗୁଁ ସମଗ୍ର ଭାରତ ବର୍ଷରେ ନାଗରିକମାନେ କରୋନା ମହାମାରୀରେ ଛଟପଟ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କର ‘ଟୀକାକରଣ ନୀତି’ ଫେଲ ମାରିଛି । ଟୀକାକରଣ ବ୍ୟବସ୍ଥାର ଭିନ୍ନ ଭିନ୍ନ କମ୍ପାନୀର ଟୀକା ଯଥା ସେରମ ଇନଷ୍ଟିଚୁଟର ଟୀକା କୋଭିସିଲଡ ଏବଂ ଭାରତ ବାୟୋଟେକର ଟୀକା କୋଭାକ୍ଟିନର ଗୋଟିଏ ଡୋଜ    କେନ୍ଦ୍ର  ୧୫୦ ଟଙ୍କା ରେ କିଣୁଥିବା ବେଳେ ରାଜ୍ୟ ସରକାର ସେହି ଟୀକାର ଢୋଳ ପ୍ରତି ଟ.୩୦୦ରେ ଓ ବେସରକାରୀ ହସପିଟାଲରେ ଢୋକ ପ୍ରତି ଟ ୬୦୦ ରେ କିଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଏପରିକି କେନ୍ଦ୍ର ସରକାର ଲୋକଙ୍କୁ ମାଗଣାରେ ଟୀକ ଦେବାର ବ୍ୟବସ୍ଥା କରିବା ପରିବର୍ତ୍ତେ ଟୀକାର ବ୍ୟବସାୟିକରଣ କରିବା ଅତ୍ୟନ୍ତ ପୀଡ଼ାଦାୟକ ଅଟେ । ୨୦୨୦ ମେ ମାସରେ ଅନ୍ୟ ଦେଶମାନେ ଟୀକା କିଣିବାର ବ୍ୟବସ୍ଥା କରିଥିବା ବେଳେ ମୋଦୀ ସରକାର ୨୦୨୧ ଜାନୁଆରୀରେ ଟୀକା କିଣିବାର ପ୍ରଥମ ପ୍ରୟାସ କରିବା ମୋଦୀ ସରକାରଙ୍କ ଖାମଖୁଆଲି ମନୋଭାବର ଜ୍ଵଳନ୍ତ ଉଦାହରଣ ଅଟେ । ୧୪୦ କୋଟି ଭାରତୀୟ ମାନଙ୍କ ଲାଗି ଆଜିସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ରୂପେ ୩୯ କୋଟି ଟୀନାର ବରାଦ କରିବା ଉଭୟ ସରକାରଙ୍କର ପାରିବାପଣିଆ ପ୍ରତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ୩୧ ମେ ୨୦୨୧ ପର୍ଯ୍ୟନ୍ତ ସମଗ୍ର ଦେଶରେ ୨୧ କୋଟି ୩୧ ଲକ୍ଷ ଲୋକ ଟୀକା ନେଇଥିବା ବେଳେ ୪ କୋଟି ୪୫ ଲକ୍ଷ ଲୋକ ମାତ୍ର ୨ଟି ଡୋଜ ଟୀକା ନେଇପାରିଛନ୍ତି ଯାହାକି ସାରାଦେଶର ଜନସଂଖ୍ୟାର ମାତ୍ର ୩.୧୭% ଅଟେ । ଦୈନିକ ୧୬ଲକ୍ଷ ଲୋକ ଟୀକାକରଣ ନେଉଥିବା ବେଳେ ଯଦି ଏପରି ଅବସ୍ଥା ସମଗ୍ର ଦେଶରେ ଜାରୀ ରହେ ତେବେ ୧୪୦ କୋଟି ଲୋକଙ୍କୁ ଟୀକାକରଣ କରିବା ପାଇଁ ପ୍ରାୟ ୩ ବର୍ଷ ଲାଗିଯିବ । ଏହି ସମୟ ଅବଧୂରେ ଆମେ ଆମର ଲକ୍ଷ ଲକ୍ଷ ନାଗରିକଙ୍କୁ ହରାଇବା ସହ ଆହୁରୀ କୋଟି କୋଟି ଲୋକଙ୍କୁ କରୋନା କବଳରେ କବଳିତ କରିସାରିଥିବା ଓ ଦେଶର ପରିଣତ ଆହୁରୀ ଭୟାବହ ହେବା ସଂଗେ ସଂଗେ ଦେଶ ଓ ରାଜ୍ୟର ଅବସ୍ଥା ଅସମ୍ଭାଳ ହୋଇପଡ଼ିଥିବ । 
ଏଣୁ  କେନ୍ଦ୍ର ସରକାର ତୁରନ୍ତ ଦୈନିକ ଏକ କୋଟି ଟୀକାକରଣ କରିବା ପାଇଁ କଂଗ୍ରେସ ଦାବୀ କରୁଅଛି।ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ପିସିସି ସଭ୍ୟ ଦିଲ୍ଲୀପ ବେହେରା, ମିଟୁ ପାତ୍ର, ଟାଉନ କଂଗ୍ରେସ ସଭାପତି ଉତ୍ତମ ତ୍ରିପାଠୀ, ପ୍ରଦୀପ ସାହୁ, କୁନା ତ୍ରିପାଠୀ, ସଞ୍ଜୟ ନାୟକ,ପ୍ରଫୁଲ୍ଲ ପଣ୍ଡା ଓ ସୁମିତ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଜିଲାପାଳ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Comments are closed.