Odisha news

କରୋନାର ବହୁ ବର୍ଷ ପୂର୍ବରୁ ଉଦ୍ଭାବନ ହୋଇ ସାରିଥିଲା N -95 ମାସ୍କ : ଜାଣନ୍ତୁ କିଏ ଆବିଷ୍କାର କରିଥିଲେ

0

କରୋନା ମହାମାରୀ ସହିତ ସାରା ବିଶ୍ୱରେ ସମସ୍ତ ଦେଶ ଯୁଧ୍ୟ କରୁଛନ୍ତି ,ବର୍ତ୍ତମା ସୁଦ୍ଧା ଏହାର ଟିକା ବାହାରି ନାହିଁ l ଆଜି ପର୍ଯ୍ୟନ୍ତ ସବୁଠି ଗଗୋଟିଏ କଥା ନିଜକୁ ସବୁଠୁ ଦୁରେଇ ରଖିବା ହେଉଛି ଏହି ରୋଗର ମୁଖ୍ୟ ଚିକିତ୍ସା ସେଥିପାଇଁ ମାସ୍କର ମୁଖ୍ୟ ଭୂମିକା ରହିଛି l ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ମାସ୍କ ମାନଙ୍କ ମଧ୍ୟରେ N -95 ମାସ୍କର ବେଶ ମହତ୍ୱ ରହିଛି l କରୋନା ମହାମାରୀ ସମୟରେ ଏହି ମାସ୍କଟି ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି l ଭାରତ ସହିତ ବିଶ୍ୱର ଅନ୍ୟ ଦେଶ ଗୁଡିକରେ ମଧ୍ୟ ଏହି ମାସ୍କର ଉତ୍ପାଦନ ଚାଲିଛି l

ଆଜି ଆମେ ଆପଣଙ୍କୁ ଏହି ମାସ୍କର ସ୍ରଷ୍ଠା କିଏ ତାଙ୍କ ବିଷୟରେ କହିବୁ l ସେ ହେଉଛନ୍ତି ପୀଟର ସାଇ ,ତାଲିବାନରେ ରହୁଥିବା ଜଣେ ଆମେରିକୀୟ ବୈଜ୍ଞାନିକ lପୀଟର N-95 ମାସ୍କର ତିଆରି କରିବା ପାଇଁ ସିନ୍ଥେଟିକ କପଡାର ବ୍ୟବହାର କରିଥିଲେ l ପୀଟର ଏହି କାମକୁ ୧୯୯୫ ରୁ ସାରି ଦେଇଥିଲେ ,ଏହାର ଦୁଇ ବର୍ଷ ପରେ ପୀଟର କାର୍ଯ୍ୟରୁ ଅବସର ନେଲେ l କିନ୍ତୁ ଚଳିତ ବର୍ଷ ଆରମ୍ଭରୁ ଯେତେବେଳେ କରୋନା ମହାମାରୀ ଚୀନରୁ ବାହାରି ସାରା ବିଶ୍ୱକୁ ବ୍ୟାପିଗଲା ସେତେବେଳେ ପୀଟରଙ୍କୁ ପୁନର୍ବାର ମାର୍ଚ ମାସରେ କାମକୁ ଫେରିବା ପାଇଁ ଆମନ୍ତ୍ରିତ କରାଗଲା l

ପୀଟର  CNNକୁ ଏକ ସାକ୍ଷାତକାରରେ କହିଥିଲେ ଯେ “ମୁଁ ଭାବିଲି ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସାହାଯ୍ୟ କରିବା ଆବଶ୍ୟକ ,ତେଣୁ ମୁଁ ଆଉ ଥରେ ନିଜର କର୍ମ ସ୍ଥଳୀକୁ ଫେରି ଆସିଲି l “N -95 ମାସ୍କସବୁଠାରୁ ଅଧିକ ଆମର ଆଗଧାଡିର କରୋନା ଯୋଦ୍ଧାଙ୍କ ପାଇଁ ଆବଶ୍ୟକ ସେମାନେ ହେଲେ ଡାକ୍ତର ,ନର୍ସ ଓ ଚିକିତ୍ସାଳୟର କର୍ମୀ l କରୋନା ସମୟରେ ବିଭିନ୍ନ ପ୍ରକାରର ତଥ୍ୟକୁ ନେଇ ପୀଟର ପୁଣି ଥରେ ମାସ୍କ ଉପରେ କାମ କରୁଛନ୍ତି l ନକ୍ସବିଲେ ରିସର୍ଚ ଫାଉଣ୍ଡେସନରେ ପୀଟର ଦିନରାତି ଏକାଠି କରି କାମ କରୁଛନ୍ତି ,ପାଖାପାଖି ସେ ଦିନକୁ ୨୪ ଘଣ୍ଟାରୁ ୨୦ ଘଣ୍ଟା କାମରେ ଦେଉଛନ୍ତି l ବର୍ତମାନ ପୀଟରଙ୍କର ସମ୍ପୂର୍ଣ ଧ୍ୟାନ ମାସ୍କ ତିଆରି କରିବାରେ ଲାଗିଛି l ପୀଟର କହିଛନ୍ତି ଯେ ସେ ମାସ୍କକୁ ନେଇ ସମସ୍ତ ପ୍ରକାରର ଗବେଷଣା କରୁଛନ୍ତି ,କେତେବେଳେ ଖରାରେ ରଖୁଛନ୍ତି ,ପୁଣି କେତେବେଳେ ମାଇକ୍ରୋଓଭାନ ଭିତରେତ କେତେବେଳେ ସାବୁନରେ ଧୋଇ ଟେଷ୍ଟ କରୁଛନ୍ତି l

ବର୍ତମାନ ସୁଦ୍ଧା ପୀଟରଙ୍କୁ ସବୁଠାରୁ ଅଧିକ ପ୍ରଭାବ ସାଳି ମେଥଡ଼ ଲାଗିଛି ମାସ୍କକୁ ୧୬୦  ଡିଗ୍ରୀ ତାପମାତ୍ରାରେ ୩0 ମିନିଟ ପର୍ଯ୍ୟନ୍ତ ଡ୍ରାଏହିଟ ଦେବା l କିନ୍ତୁ ବର୍ତମାନର ପରିସ୍ଥିତିକୁ ନେଇ ପୀଟର ମତ ଦେଇଛନ୍ତି ଯେ ପ୍ରତ୍ୟକ ଦିନ ଗୋଟିଏ ଗୋଟିଏ ନୂଆ N -95 ମାସ୍କ ବ୍ୟବହାର କରିବା ଆବଶ୍ୟକ l ଏବଂ ଯେଉଁ ମାସ୍କକୁ ଖୋଲୁଛନ୍ତି ତାକୁ ଗୋଟିଏ ଆଇସୋଲେଟେଡ ଜାଗାରେ ଟାଙ୍ଗି ଦିଅନ୍ତୁ ଓ ସାତଦିନ ପରେ ପୁଣି ଆଉଥରେ ବ୍ୟବହାର କରନ୍ତୁ l ପୀଟରଙ୍କର କହିବା ଉଦେଶ୍ୟ ହେଲା ଯଦିବି କୌଣସି ଜୀବାଣୁ ଏହି ମାସ୍କ ସାହାଯ୍ୟରେ ଆସିଥିବ ତେବେ ଆଇସୋଲେଟେଡ ହେବl ଦ୍ୱାରା ନଷ୍ଟ ହୋଇଯିବ l

Nalco

Leave A Reply