Odisha news

ଜିଲ୍ଲାପାଳଙ୍କ ସର୍ଟଡାଉନ ନୂଆ କଟକଣା ଜାରି : ଭଦ୍ରକ ପୌରପାଳିକା ଓ ଧାମନଗର ଏନଏସିରେ କେବଳ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ

0

ଭଦ୍ରକ :ଭଦ୍ରକ ସହରାଞ୍ଚଳ ଓ ଧାମନଗର ଏନଏସି ଅଞ୍ଚଳରେ କରୋନା ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଟ୍ୱିଟ୍‍ ଜରିଆରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶାନାମାରେ ଘୋଷଣା କରାଯାଇଛି ଯେ : ଗୋଟିଏ ପୌରଞ୍ଚଳ ଓ ଗୋଟିଏ ବିଜ୍ଞପିତ ଅଞ୍ଚଳରେ ଲକ୍‍ଡାଉନକୁ ଅଧିକ କଟକଣା କରିଛନ୍ତି । ପୂର୍ବରୁ ଲକ୍‍ଡାଉନ ସମୟ ସକାଳ ୫ରୁ ଦିନ ୧ଟା ବଳବତ୍ତର ରହିଛି ।

ତେବେ ଏହି ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ(ଗ୍ରୋସରୀ, ପରିବା, ମାଛ-ମାଂସ, ଅଣ୍ଡା, ଦୁଗ› ଓ ଦୁଗ›ଜାତୀୟ ପଦାର୍ଥ, ଫଳ ଆଦି)ଗୁଡିକ ଆସନ୍ତା ୩୧.୭.୨୦ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଏହା ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲାଯାଇ ପାରିବନାହିଁ ବୋଲି ଜିଲ୍ଲାପାଳ ଜ୍ଞାନ ଦାସ କଟକଣା ଜାରି କରିଛନ୍ତି ।

ଅନ୍ୟପକ୍ଷରେ ଭୋଜନାଳୟରେ ବସି ଖାଇବାକୁ ବାରଣ କରାଯାଇଥିବା ବେଳେ କେବଳ ପାର୍ସଲରେ ଖାଦ୍ୟସାମଗ୍ରୀ ନେଇହେବ । ଷ୍ଟି୍ରଟଭେଣ୍ଡରମାନଙ୍କୁ କଡାକଡି ବାରଣ କରାଯାଇଛି । ଏହାଛଡା କୋଲï ଷ୍ଟୋରେଜ, ସୁନାଦୋକାନ, ଓ୍ୱାଟର ହାଉସିଂ ସର୍ଭିସ ଆଦି ସେବା ଯୋଗାଇ ପାରିବେ । ଏହାର ଖିଲାପ ହେଲେ କଡା କାର୍ଯ୍ୟାନୁଷ୍ଠାନ ହେବ ।

Nalco

Leave A Reply