ପ୍ରତ୍ୟେକ ସମୟରେ ଆମ ମସ୍ତିଷ୍କ ରେ ଏହି କଥା ଆସିଥାଏ ଯେ ପୃଥିବୀ ବାହାରେ ମଧ୍ୟ କଣ ସତରେ ଜୀବନ ରହିଛି ? ଖଗୋଳ ବିଜ୍ଞାନୀ ମାନଙ୍କୁ ୮ଟି ସନ୍ଦିଗ୍ଧ ରେଡ଼ିଓ ସଂକେତ ମିଳିଛି l ଅନ୍ତରୀକ୍ଷ ବିଜ୍ଞାନୀ ମାନେ ଦାବି କରିଛନ୍ତି ଯେ ଆଠଟି ରେଡ଼ିଓ ସିଗନାଲ ପୃଥିବୀ ବାହାରୁ ଆସିଛି l ଯଯକି ଅନ୍ୟ ଗୋଟିଏ ଦୁନିଆର ପ୍ରମାଣ ଦେଇଛି l ଟରଂଟୋ ବିଶ୍ୱବିଦ୍ୟାଳୟ ର ଛାତ୍ର ପୀଟର ମା ଙ୍କ ନେତୃତ୍ୱରେ ବିଶେଷଜ୍ଞ ମାନଙ୍କର ଗୋଟିଏ ଟିମ ଏହି ସଫଳତା ହାସଲ କରିଛି l ଏହି ରିସର୍ଚ୍ଚ ଟିମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଲଗୋରୀଥମ ବିକଶିତ କରିଥିଲେ, ଯାହା ସାହାଯ୍ୟରେ ଏହି ରେଡ଼ିଓ ସିଗନାଲ ମିଳିଥିଲା l
ଏଲଗୋରିଥମ ସାହାଯ୍ୟ ରେ ଏହି ଦଳ ୱେଷ୍ଟ ଭର୍ଜିନିଆ ରେ ଗ୍ରୀନ ବ୍ୟାଙ୍କ ଟେଲିସ୍କୋପ ରେ ୮୨୦ ଟି ନକ୍ଷତ୍ର ଙ୍କର ଅନ୍ୱେଷଣ ପାଇଛନ୍ତି l ଏହି ଏଲଗୋରିଥିମ ମେସିନ ଉପଯୋଗ ମାନବ ନିର୍ମିତ ସଂକେତ ମଧ୍ୟରେ ଅନ୍ତର କରିବା ପାଇଁ ବ୍ୟବହାର କରାଯାଇ ଥାଏ l ନେଚର ଆଷ୍ଟ୍ରୋନୋମି ଜର୍ଣ୍ଣାଲ ରେ ଗତ ମାସରେ ପ୍ରକାଶିତ ଗୋଟିଏ ଆର୍ଟିକିଲ ରେ ପୀଟର କହିଥିଲେ କି ଆମକୁ ଅନ୍ତରୀକ୍ଷରେ ରୋମାଞ୍ଚକ ରେଡ଼ିଓ ସଂକେତ ମିଳିଛି l ପୀଟର ବର୍ତମାନ ପୃଥିବୀରେ ରହିଥିବା ରେଡ଼ିଓ ସଂକେତ କୁ ଅଲଗା କରିବାର ସମୟ ଆସିଯାଇଛି l ସେ ଆହୁରି କହିଛନ୍ତି ଯେ ଏହି ୮ଟି ରେଡ଼ିଓ ସିଗନାଲ ପୃଥିବୀ ପରେ ମଧ୍ୟ ଜୀବନ ର ବିକଶିତ ହୋଇ ପାରିବ କି ନହିଁ ତାହା ପ୍ରମାଣ ବାକି ରହିଛି l