Odisha news

ଗବେଷଣା କହୁଛି :କ୍ୟାନ୍ସର ରୋଗୀ ଙ୍କୁ ଚିନ୍ତାରୁ ଆରାମ ଦେଇଥାଏ ‘ମ୍ୟୁଜିକ ଥେରାପି’

0

ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଜଣା ପଡିଛି ଯେ ସଂଗୀତ ଗୋଟିଏ ଏଭଳି ଥେରାପି , ଯାହା ଅନେକ ରୋଗ ପାଇଁ ଖୁବ ହିତକର ଅଟେ l  ଯାହାକି ଅନେକ ରୋଗରୁ ଆମକୁ ଆରାମ ଦେଇଥାଏ l କୁହାଯାଏ ଯେ ସଂଗୀତ ମାନସିକ ଚାପକୁ ଠିକ କରିବା ସହିତ ମନର ଅବସାଦ ଦୂର କରିଥାଏ l କିନ୍ତୁ ଏହି ଅଧ୍ୟୟନ ରେ ଗବେଷକ ମାନେ କହିଛନ୍ତି ଯେ ସଂଗୀତ ଶୁଣିବା ଓ ଗାଇବା ଦ୍ୱାରା କ୍ୟାନ୍ସର ରୋଗୀ ଙ୍କୁ ଆରାମ ମିଳିଥାଏ l  ୟୁନିଭର୍ସିଟି ହସ୍ପିଟାଲସ ର ଅଧ୍ୟୟନ ରେ ମିଳିଛି ଯେ କ୍ୟାନ୍ସର ଓ ସିକଲ ସେଲ୍ ରୋଗ କିମ୍ବା ମାନସିକ ରୋଗ ଦ୍ୱାରା ପ୍ରଭାବିତ ରୋଗୀ ଙ୍କୁ ଖୁବ ଆରାମ ମିଳିଥାଏ l

– ଏହି ଅଧ୍ୟୟନ ରେ ଏକେଡେମିକ କ୍ୟାନ୍ସର ସେଂଟର୍ସ ରେ ଚିକିତ୍ସା ହେଉଥିବା ରୋଗୀ ମାନଙ୍କ ଉପରେ ଯେତେବେଳେ ମ୍ୟୁଜିକ ଥେରାପି ଟ୍ରାଏ କରାଯାଇ ଥିଲା , ସେମାନଙ୍କ ନିକଟରେ ଚିନ୍ତା ଓ ଯନ୍ତ୍ରଣା କମ ଦେଖାଯାଇ ଥାଏ l  ଏହାଛଡା ଯେଉଁ ବ୍ୟକ୍ତିମାନେ SCD ବା ସିକଲ ସେଲ୍ ଡିଜିଜ ରେ ଆକ୍ରାନ୍ତ ଏଭଳି ଲୋକଙ୍କ ପାଇଁ ମଧ୍ୟ ମ୍ୟୁଜିକ ଥେରାପି ଖୁବ ହିତକର ଅଟେ l

– ବିଶେଷ ଭାବରେ ରାତି ରେ ଶୋଇବା ସମୟରେ ରୋଗୀ ମାନେ ନିସ୍ତବ୍ଦତା ମଧ୍ୟରେ ଅଧିକ ଯନ୍ତ୍ରଣା ଅନୁଭବ କରି ଥାଆନ୍ତି l ତେଣୁ ଏହି ଗବେଷଣା ରେ ରୋଗୀ ମାନଙ୍କୁ ମନକୁ ଅସ୍ବସ୍ତି କଲାଭଳି ସଂଗୀତ ଶୁଣା ଯାଇଥିଲା l ଯାହା ତାଙ୍କୁ ଚିନ୍ତାମୁକ୍ତ କରିବା ସହ ଭଲ ନିଦ କରାଇଥିଲା l ଏହାଛଡା ତାଙ୍କ ସହିତ ରହିଥିବା ଆଟେଣ୍ଡାଂଟ ମାନେ ମଧ୍ୟ ଆରାମ ଅନୁଭବ କରିଥିଲେ ଓ ଚିନ୍ତା ମୁକ୍ତ ରହିଥିଲର l

– ଏହି ଗବେଷକ ମାନେ କେବଳ କ୍ୟାନ୍ସର ପାଇଁ ନୁହେଁ, ଅନେକ ଗୁଡିଏ ରୋଗ ପାଇଁ ମ୍ୟୁଜିକ ଥେରାପି ପ୍ରୟୋଗ କରିଥିଲେ , ଯାହା ତାଙ୍କୁ ସକାରାତ୍ମକ ଭାବନା ଦେଇଥିଲା l ଏଥିରେ ଆହୁରି ମଧ୍ୟ ଜଣା ପଡିଥିଲା ଯେ ମ୍ୟୁଜିକ ଦ୍ୱାରା  ଉଚ୍ଚ ରକ୍ତଚାପ, ଟାଇପ 2 ମଧୁମେହ , ଡିପ୍ରେସନ , ହର୍ମୋନ  ଇମ୍ବlଲାନ୍ସ ସମସ୍ୟା, ଇତ୍ୟାଦି ଠିକ ହୋଇ ପାରିବ l ଆହୁରି ମଧ୍ୟ କୁହାଯାଇ ଥିଲା ଯେ ଏହି ସମସ୍ତ ରୋଗ ପାଇଁ ମନକୁ ଖୁସି ରଖିବା ନିହାତି ଜରୁରୀ ଅଟେ l

– କାହିଁକି ନା ରୋଗ ବଢିବା ଦ୍ୱାରା ମଣିଷର ଚିନ୍ତା ବୃଦ୍ଧି ପାଇଥାଏ l ଯାହାକି ଅନେକ ଅଜଣା ରୋଗର କାରଣ ହୋଇଥାଏ l ତେଣୁ ସର୍ବଦା ମନକୁ ପ୍ରଫୁଲ୍ଲିତ ରଖିବା ନିହାତି ଜରୁରୀ ବୋଲି ଏହି ଗବେଷଣା ରେ କୁହାଯାଇଛି l

Leave A Reply