Odisha news

ମୁଣ୍ଡଳୀ ଟୋଲ ଗେଟ୍ ରେ କର୍ମଚାରୀ ଙ୍କ ଦାଦାଗିରି : ଛତିଶଗଡ ଯାତ୍ରୀ ଙ୍କୁ ଗୋଡେଇ ପିଟିଲେ। ବସ୍ ଭାଙ୍ଗିଲେ , ଦୁଇ ଜଣ ମହିଳା ଙ୍କ ସହିତ ଦଶ ଜଣ ଆହତ।

0

ଆଠଗଡ଼ ତା ୨୩-୦୫-୨୩  ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ମୁଣ୍ଡଳୀ ଟୋଲ ଗେଟ୍ ଟିକସ ଆଦାୟ ସରୁ ନାହିଁ। ବାହାର ରାଜ୍ୟର ଗାଡ଼ି ଆସୁଥିବା ବେଳେ ମନ ଇଚ୍ଛା ଟିକସ ଆଦାୟ କରୁଥିବା ଆଗରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଜଣାପଡିଛି।ଟୋଲ ଆଦାୟ କୁ ନେଇ ଆଠଗଡ଼ ଥାନା ଅନ୍ତର୍ଗତ ମୁଣ୍ଡଳୀ ଟୋଲ ଗେଟ୍ କର୍ମଚାରୀ ଙ୍କ ଦାଦାଗିରି। ଛତିଶଗଡ ରୁ ଆସିଥିବା ଦୁଇଟି ତୀର୍ଥ ଯାତ୍ରୀ ବସ୍ ଭଙ୍ଗାରୁଜା କରିବା ସହିତ  ଛଅ ଜଣ ଙ୍କୁ ଗୁରୁତର ଆହତ କରିଛନ୍ତି। ଏଥିରେ ଅନ୍ୟ କୋଡ଼ିଏ ଜଣ ଆହତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ଗୁରୁତର ଆହତ ହୋଇଥିବା ଜଣେ ମହିଳା ଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।ଗତ ସତର ଦିନ ଧରି ତୀର୍ଥ ଯାତ୍ରା ରେ ବାହାରି ଥିବା ଛତିଶଗଡ଼ର ଦୁଇ ଟି ତୀର୍ଥ ଯାତ୍ରୀ ବସ୍ ଆଜି ଅପରାହ୍ନରେ ମୁଣ୍ଡଳୀ ଟୋଲ ଗେଟ୍ ନିକଟରେ ପହଞ୍ଚି ଥିଲା। ତୀର୍ଥ ଯାତ୍ରା ଶେଷ କରି ସେମାନେ ଛତିଶଗଡ଼ ଫେରୁଥିବା ସମୟରେ ମୁଣ୍ଡଳୀ ଟୋଲ ଗେଟ୍ ରେ କର୍ମଚାରୀ ମାନେ ବସ୍ ପିଛା ଟୋଲ ଫି ୫୦୦ ଟଙ୍କା ଲେଖାଏଁ ଦେବାକୁ ଜିଦ୍ କରିଥିଲେ। କିନ୍ତୁ ବସ୍ ଡ୍ରାଇଭର ପ୍ରତ୍ୟେକ ଥର ୨୦୦ ଟଙ୍କା ଲେଖାଏଁ ଟୋଲ୍ ଫି ଯିବା ଆସିବା କରୁଥିବା କହିଥିଲେ। କିନ୍ତୁ କର୍ମଚାରୀ ମାନେ ଜବରଦସ୍ତ ୫୦୦ ଟଙ୍କା ଦେବାକୁ ଜିଦ୍ କରିଥିଲେ। ଫଳରେ କଥା କଟାକଟି ଏବଂ ବଚସା କ୍ରମେ ଗଣ୍ଡଗୋଳ ର ରୂପ ନେଇଥିଲା। ଟୋଲ୍ କର୍ମଚାରୀ ମାନେ ଦୁଇଟି ବସ୍ ର ଡ୍ରାଇଭର ଙ୍କ ସହିତ ସେଥିରେ ଥିବା ଛତିଶଗଡ଼ ଶକ୍ତି ଜିଲ୍ଲା ର ବିଭିନ୍ନ ଅଞ୍ଚଳ ର ୭୦ ଜଣ ତୀର୍ଥ ଯାତ୍ରୀ ଙ୍କୁ ଆକ୍ରମଣ କରି ଠେଙ୍ଗାରେ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। ପନ୍ଦର ଜଣ ରୁ ଉର୍ଦ୍ଧ୍ବ ଯୁବକ ଠେଙ୍ଗା ଧରି ଯାତ୍ରୀ ମାନଙ୍କୁ ଅମାନୁଷିକ ଭାବରେ ପିଟିବା ସହିତ ଦୁଇଟି ଯାକ ବସ୍ ର ସମସ୍ତ କାଚ ଭାଙ୍ଗି ଦେଇଥିବା ଜଣାପଡିଛି। ତେବେ ଖବର ପାଇ ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବରେ ବସ୍ ଯୋଗେ ଆଠଗଡ଼ କୁ ଆଣିଛନ୍ତି ଯାତ୍ରୀ ମାନଙ୍କୁ ଆକ୍ରମଣ କରିଥିବା ଲୋକଙ୍କ ପରିଚୟ ଜଣା ନ ଥିବା ରୁ ଟୋଲ୍ ଗେଟ୍ ରେ ଲାଗି ଥିବା ସିସିଟିଭି ଫୁଟେଜ ଆଧାର ରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave A Reply