Odisha news

ନାଉଗାଁ ପୁଅ ଅନୁପ ଦାସ ଆଇଏଏସ୍

0

ପାରାଦୀପ୍ :  ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ର ପୁଅ ସର୍ବଭାରତୀୟ ପ୍ରସାଶନିକ ସେବା ରେ ସଫଳତା ପାଇଥିବା ଜଣାପଡ଼ିଛି  | ନାଉଗାଁ ଗ୍ରାମ ପଞ୍ଚାୟତ ର କୋକିଢିଅ ଗ୍ରାମ ର ସ୍ଵର୍ଗତ ନୃସିଂହ ଚରଣ ଦାସ ଓ ମାତା ମଧୁସ୍ମିତା ଦାସ ଙ୍କ ପୁଅ ଅନୁପ ଦାସ 2019 ପରୀକ୍ଷା ରେ ଆଇଆରଏସ୍ ପାଇ ବର୍ତ୍ତମାନ ଆସିଷ୍ଟାଣ୍ଟ କମିଶନର ଇନ୍କମ୍ ଟ୍ୟାକ୍ସ ଦିଲ୍ଲୀ ରେ କାର୍ଯ୍ୟ ରତ ଥିବା ବେଳେ 2022 ସର୍ବଭାରତୀୟ ପ୍ରସାଶନିକ ସେବା ରେ 38 ନମ୍ବର ରେଙ୍କିଂ ରେ କୃତିତ୍ଵ ଅର୍ଜନ କରିଛନ୍ତି  | 2011 ରେ ପାରାଦୀପ୍ କେନ୍ଦ୍ରୀୟ ବିଦ୍ୟାଳୟ ରେ ମାଟ୍ରିକ୍ ପାସ କରି ବିଜେପି କଲେଜ ଓ ପରେ ଦିଲ୍ଲୀ ରେ ଗ୍ରାଜୁଏଟ୍ ଲାଭ କରିଛନ୍ତି  | ଭାରତକୁ ବିଶ୍ଵ ଦରବାର ରେ ପ୍ରତିପାଦନ କରିବା ପାଇଁ ଲକ୍ଷ୍ୟ ଥିବା ଓ ବିଶେଷ ଭାବେ ବିଦେଶ ଚାକିରି କୁ ସେ ଆଶା ରଖିଥିବା ଅନୁପ ପ୍ରକାଶ କରିଛନ୍ତି  | ନାଉଗାଁ ମାଟିର ପୁଅ ହିସାବରେ ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି  |

Govt
Leave A Reply