Odisha news

ବାଘଛାଲ ଜବତ ଘଟଣା ୪ ଅଭିଯୁକ୍ତ ଙ୍କୁ ରିମାଣ୍ଡ ରେ ନେଲା ଏସ ଟି ଏଫ୍

0

ଦଶପଲ୍ଲା ୨୩/୫ : ବିଭିନ୍ନ ସମୟ ରେ ଜଙ୍ଗଲ ରୁ ଜନ୍ତୁ ଶିକାର କରି ତାର ଚମଡା, କାତି ଆଦି ବାହାର ରାଜ୍ୟ କୁ ଚୋରା ଚାଲାଣ କରିବା ଅଭିଯୋଗ ରେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଚାରି ଜଣ ଅଭିଯୁକ୍ତ ଙ୍କୁ ଦୁଇଦିନ ରିମାଣ୍ଡରେ ନିଆଯାଇଛି । ସୂଚନା ଯୋଗ୍ୟଯେ,ଗତ ଏପ୍ରିଲ ମାସ ୯ ତାରିଖରେ ଏସ ଟି ଏଫ୍ ପକ୍ଷରୁ ଚଢାଉ କରାଯାଇ ଚିତା ବାଘ ଛାଲ, ବାଁର କାପ୍ତା କାତି,କୁ ଏସ ଟି ଏଫ୍ ଜବତ କରିବା ସହ ଏଥିରେ ସଂପୃକ୍ତ କରୁଣାକର ନାଏକ, ବିଶ୍ଵାମିତ୍ର କହଁର, ନିରଞ୍ଜନ ନାୟକ ଓ ବବୁଲ ପ୍ରଧାନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏସ ଟି ଏଫ୍ ଟିମ୍। ଏବେ ସମସ୍ତ ଅଭିଯୁକ୍ତ ଦଶପଲ୍ଲା ଜେଲ ରେ ଥିବା ବେଳେ ଅଧିକ ପଚରା ଉଚରା ପାଇଁ ଏସ ଟି ଏଫ୍ ପଖ୍ୟରୁ ଚାରି ଅଭିଯୁକ୍ତ ଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡ ରେ ନେଇଥିବା ଜଣା ପଡ଼ିଛି ।

Govt
Leave A Reply