Odisha news

ଜମି ଜବରଦଖଲ ଦୃଷ୍ଟି ନଦେଲେ ତହସିଲ ଘେରାଉ କରିବ ବିଜେପି

0
ଆଠଗଡ଼,ତା୨୩।୫ : ଆଠଗଡ଼ ବ୍ଲକରେ ଜମି ଜବରଦଖଲ , ପଥର ଖାଦାନ ପୋତା ଏବଂ ମେସିନ ଲଗାଇ ପଥର କଟାହୋଇ ଚୋରାଚାଲାଣ ଆଦି ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।ଆଠଗଡ଼ ବ୍ଶକ ରାଧାଗୋବିନ୍ଦପୁର ପଞ୍ଚାୟତର ସୁଧାଂଶୁ ମୋହନପୁର ପଥର ଖାଦାନକୁ ବର୍ତ୍ତମାନ ପୋତାଚାଲିଛି ।ଆଠଗଡ଼ ବିଜେପି ପଥର ଖାଦାନ ପୋତାଯିବାର କାରଣ ଏବଂ କିଏ ପଥର ଖାଦାନ ପୋତୁଛି ତା’ର ସ୍ପଷ୍ଟୀକରଣ ଆଠଗଡ଼ ତହସିଲଦାର ଦେବାକୁ ଦାବି କରିଛି ।ଆସନ୍ତା ସାତଦିନ ମଧ୍ୟରେ ଯଦି ଆଠଗଡ଼ ତହସିଲଦାର ଏହି ପଥର ଖାଦାନ ଉପରେ ସ୍ପଷ୍ଟୀକରଣ ନ ରଖନ୍ତି  ତେବେ ଆଠଗଡ଼ ତହସିଲ ଘେରାଉ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି ।ଏହା ବ୍ୟତୀତ ଆଠଗଡ଼ ବ୍ଲକ ରାଧାଦାମୋଦରପୁର ଗ୍ରାମରେ ଗଢି ଉଠିଥିବା ଧବଳେଶ୍ବର ଆଇ ଟି ଆଇ କଲେଜର ଖାତା ନମ୍ବର ୨୬୨ କୁ ମାଡ଼ିବସି ସେଠାରେ କଲେଜ
କରାଯାଇଥିବା ସରକାରୀ ଜମିକୁ ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।ସେହିପରି କୁମାରପୁର ପଞ୍ଚାୟତର ହେଟାଗାଡ଼ାଠାରେ ଦିନ ଦ୍ୱିପହରରେ ମେସିନ ଲଗାଇ ପଥର କଟା ହୋଇ   ଆଠଗଡ଼ ପ୍ରଶାସନ ଜାଣିଶୁଣି ନିରବ ରହିଛି ଏବଂ ଆଠଗଡ଼ ବ୍ଲକର ଅଧ୍ୟକ୍ଷାଙ୍କ ସ୍ୱାମୀ ରଂଜନ ଆଚାର୍ଯ୍ୟଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଆଠଗଡ଼ ତହସିଲ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଲକ୍ଷ ଲକ୍ଷ ରାଜସ୍ଵ ହରାଉଛି ଆଠଗଡ଼ ତହସିଲ ବୋଲି ତହସିଲଦାରଙ୍କୁ ଦେଇଥିବା  ଲିଖିତ ଦାବିପତ୍ରରେ ଦର୍ଶାଇଛି।ଏହା ପୂର୍ବରୁ ମଧ୍ୟ ଖାତା ନଂ ୬୧୬,ମୌଜା – ବଳିପୁର ,ପ୍ଲଟ ନଂ୧୪୬,୧୫୨ ନମ୍ବର ମୋଟ ଏ୩୮.୦୦କର,କିସମ -ଗୋଚର ଜମି ଜବରଦଖଲ ଉପରେ କି ପଦକ୍ଷେପ ନିଆଗଲା ସେ ବିଷୟରେ ତୁରନ୍ତ ଆଠଗଡ଼ ତହସିଲଦାର ଯଦି ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆଠଗଡ଼ ବିଜେପି ତହସିଲ ଅଫିସ ଘେରାଊ କରିବାକୂ ବାଧ୍ୟ ହେବ ବୋଲି ଏକ ସ୍ମାରକପତ୍ର ବିଜେପି ନେତା ଅଭୟ ବାରିକଙ୍କ ନେତୃତ୍ୱରେ ଆଜି ବିଜେପି କର୍ମୀମାନେ  ଆଠଗଡ଼ ତହସିଲଦାର ଙ୍କ ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ ଙ୍କୁ ଦାବି ପତ୍ର ଦେଇଛନ୍ତି।

Leave A Reply