Odisha news

ଓୱେସିଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର : ମହାରାଷ୍ଟ୍ରର ବୁଲଧାନାରେ ଓୱେସିଙ୍କ ଦଳ ପକ୍ଷରୁ ଆୟୋଜିତ ଏକ ରାଲିରେ ‘ଔରଙ୍ଗଜେବ ଅମର ରହେ’ ସ୍ଲୋଗାନ

0

ଶନିବାର ସନ୍ଧ୍ୟାରେ ବୁଲଧାନାରେ ସାଂସଦ ଓୱେସିଙ୍କ ଦଳର ଏଆଇଏମଆଇଏମର ଏକ ବୈଠକ ହୋଇଥିଲା। ଯେଉଁଥିରେ ଅସଦୁଦ୍ଦିନ ଓୱେସି ଭାଷଣ ଦେଉଥିଲେ । ଏହି ସମୟରେ ଔରଙ୍ଗଜେବଙ୍କ ସପକ୍ଷରେ ସ୍ଲୋଗାନ ଦେବା ଆରମ୍ଭ ହୋଇଥିଲା । ‘ଯେପର୍ଯ୍ୟନ୍ତ ସୂର୍ଯ୍ୟ ଚନ୍ଦ୍ର, ସେପର୍ଯ୍ୟନ୍ତ ଔରଙ୍ଗଜେବ ତୁମର ନାମ ହେବ ‘।

ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ବୁଲଧାନା ପୁଲିସ କହିଛି, ଏହି ମାମଲାକୁ ନେଇ ସେମାନଙ୍କ ପାଖକୁ ଭିଡିଓ ଆସିଛି । ଆମେ ତଦନ୍ତ କରୁଛୁ । ଆଇନଗତ ପରାମର୍ଶ ମଧ୍ୟ ନିଆଯିବ । ଏପର୍ଯ୍ୟନ୍ତ କେହି ଅଭିଯୋଗ କରିନାହାନ୍ତି। ଅଭିଯୋଗ ପାଇବା ପରେ ଆଇନଗତ ମତାମତ ନ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେପଟେ ଔରଙ୍ଗଜେବଙ୍କୁ ନେଇ ମହାରାଷ୍ଟ୍ରରେ ରାଜନୀତି ଆରମ୍ଭ ହୋଇଯାଇଛି । ହିନ୍ଦୁବାଦୀ ସଂଗଠନଗୁଡ଼ିକ ଏହାକୁ ନେଇ ତୀବ୍ର ବିରୋଧ କରିଛନ୍ତି । ତେବେ ଏ ନେଇ ବିଜେପି କିମ୍ବା ଶିବସେନା (ସିନ୍ଦେ ଗୋଷ୍ଠୀ)ଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ ।

Leave A Reply