Odisha news

ମୁମ୍ବାଇ ୧୯୫/୫

0

ଆବୁଧାବୀ,୨୩ା୯(ଏଜେନ୍ସି): କୋଲକାତା ନାଇଟରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କ ଧମାକାଦାର ବ୍ୟାଟିଂ ଯୋଗୁଁ ଦଳ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୯୫ ରନ କରିଥିଲା । ଟସ୍‌ ଜିତି କୋଲକାତା
ନାଇଟ୍‌ରାଇଡର୍ସ ଫିଲïିଂ ନିଷ୍ପତ୍ତି ନେଇଥିଲା । ଏହାର ସୁଫଳ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଛି । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳୀୟ ସ୍କୋର ୮ ରନ୍‌ ବେଳେ ଓପନର କ୍ୱିଣ୍ଟନ ଡିକକ୍‌ଙ୍କୁ ହରାଇଥିଲା । ଡିକକ୍‌ ୩ ବଲ୍‌ରୁ ୧ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବ ଦ୍ୱିତୀୟ ୱିକେଟ୍‌ ପାଇଁ ୯୦ ରନ୍‌ ସଂଗ୍ରହ କରିବାରୁ ଦଳୀୟ ସ୍ଥିତି ମଜଭୁତ ହୋଇଥିଲା । ରୋହିତ ଭଲ ଫର୍ମରେ ଥିବା ସୂଚନା ଦେଇଛନ୍ତି । ସେ ୫୪ ବଲ୍‌ରୁ ୩ ଚୌକା ଓ ୬ଟି ଛକା ମାରି ୮୦ ରନ୍‌ ସଂଗ୍ରହ କରିଥିଲେ ।
ସୂର୍ଯ୍ୟକୁମାର ଯାଦବ ୨୮ ବଲରୁ ୪୭ ରନ୍‌, ସୌରଭ ତିୱାରୀ ୨୧ ରନ୍‌, ହାର୍ଦ୍ଧିକ ପାଣ୍ଡ୍ୟା ୧୮, କ୍ରୁନାଲ ପାଣ୍ଡ୍ୟା ଅପରାଜିତ ୧୩ ରନ୍‌ କରିଥିଲେ । ଫଳରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୧୯୫/୫ ରନ କରିବାକୁ ସମର୍ଥ ହୋଇଥିଲା । ଗତ ୧୯ ତାରିଖରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିଥିବା ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ପଦାର୍ପଣ ମ୍ୟାଚ୍‌ ହାରିଛି । ଏହି ମ୍ୟାଚ୍‌ ଜିତି ମୁମ୍ବାଇ ପରିସଂଖ୍ୟନ ବଢ଼ାଇବାକୁ ଯୋଜନା କରିଛି ।

Leave A Reply