Odisha news

ଗ୍ରୀଷ୍ମଋତୁରେ ମାଠିଆ ପାଣି ସେବନର ଚମତ୍କାର ଲାଭ

0

ବର୍ତମାନ ଗ୍ରୀଷ୍ମର ପ୍ରକୋପ ଖୁବ ଅଧିକ ବଢ଼ିବାରେ ଲାଗିଛି l  ଏହି ସମୟରେ ଆମେ ସାଧାରଣ ଭାବରେ କିଛି ଥଣ୍ଡା ଥଣ୍ଡା ଜିନିଷ ସେବନ କରିବା ପାଇଁ ଇଛା ରଖିଥାଉ l ତେଣୁ ବଜାରରେ ମିଳୁଥିବା  ଥଣ୍ଡା ପାନୀୟ ଅପେକ୍ଷା ଘରେ ମାଟିର ମାଠିଆ ରଖି ପାଣି ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଚମତ୍କାର ଲାଭ l  ମାଟି ମାଠିଆରେ ପାଣି ପିଇବା ର ପରମ୍ପରା ହେଉଛି ଖୁବ ପୁରୁଣା l  ଯାହାକି କେଉଁ ଯୁଗରୁ ଆମ ଦୁନିଆରେ ପ୍ରଚଳିତ ହୋଇ ଆସୁଛି l  ଯାହାଦ୍ୱାରା ଆମ ତୃଷା ଖୁବ ସହଜ ରେ ମେଣ୍ଟୀଥାଏ l  ମାଠିଆ ରେ ରଖିଥିବା ପାଣି ପିଇବା ଦ୍ୱାରା ମିଳିଥାଏ ଚମତ୍କାର ଲାଭ, ଯାହା ଆମକୁ ରଖିଥାଏ ନିରୋଗୀ ମଧ୍ୟ l

– ମାଟି ବାସନ ରେ ପର୍ଯ୍ୟାପ୍ତ ପୋଷାକ ତତ୍ୱ ରହିଥାଏ ଓ ମିନେରାଲସ ରହିଥାଏ l  ଯାହାକି ସନ ଷ୍ଟ୍ରୋକ ଠାରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l ଏହାଛଡା ଶରୀର କୁ ଗ୍ରୀଷ୍ମ ଋତୁରେ ଗ୍ଲୁକୋଜ ଯୋଗାଇବାରେ ସାହାଯ୍ୟ ମଧ୍ୟ କରିଥାଏ l ଅତ୍ୟଧିକ ଝାଳ ବୋହିବା ଦ୍ୱାରା ଶରୀର ବିଚଳିତ ଲାଗିଲେ ମାଟି ମାଠିଆର ପାଣି ସେବନ କରନ୍ତୁ l

– ମାଟି ମାଠିଆରେ ପାଣି ରଖି ସେବନ କରିବା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ ଓ ପାଚନ ତନ୍ତ୍ର ସୁସ୍ଥ ରହିଥାଏ l ମାଠିଆ ପାଣି ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ l ପେଟ ଯଦି ଅଧିକ ଗରମ ରହୁଛି ତେବେ ମାଠିଆ ପାଣି ସକାଳୁ ଖାଲି ପେଟରେ ସେବନ କରନ୍ତୁ l

– ମାନବ ଶରୀର ରେ ଅମ୍ଳ ରହିଥାଏ ଓ ମାଟି ମାଠିଆ ରେ କ୍ଷାରୀୟ ଗୁଣ ରହିଥାଏ l  ଯାହାକି ପିଏଚ ଲେବୁଲ କୁ ବାଲାନ୍ସ ରଖିବାରେ ସାହାଯ୍ୟ କରିଥାଏ l  ଏହାଛଡା ଆମକୁ ସତେଜ ରଖିଥାଏ ମାଠିଆ ପାଣି l  ଯଦି ଆପଣ ଗ୍ରୀଷ୍ମ ଋତୁରେ ପେଟ ରେ ଇନଫେକ୍ସନ ସମସ୍ୟାର ସମୁଖୀନ ହେଉଛନ୍ତି, ତେବେ ମାଠିଆ ପାଣି ନିୟମିତ ସେବନ କରନ୍ତୁ l  ଯେତେବେଳେ ଆପଣ ଅନୁଭବ କରିବେ ଆପଣଙ୍କ ମାଠିଆ ପାଣି ଥଣ୍ଡା ରଖିପାରୁ ନାହିଁ, ତେବେ ତୁରନ୍ତ ମାଠିଆ ପରିବର୍ତନ କରି ଦିଅନ୍ତୁ l

Leave A Reply