Odisha news

କୃଷକ ମାନଙ୍କ ପାଇଁ ଖୁସି ଖବର : ଗହମ ଓ ସୋରିଷ ସହିତ ୬ଟି ରବି ଫସଲ କୁ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବୁଧବାର ଦିନ ଚଳିତ ବର୍ଷ ପାଇଁ ଗହମ ଓ ସୋରିଷ ସହିତ ୬ଟି ରବି ଫସଲ ର ନ୍ୟୁନତମ ସମର୍ଥନ ମୂଲ୍ୟ (MSP) ରେ ହ୍ରାସ କରିଛନ୍ତି l ଗହମ ର ଏମଏସପି ୪୦ ଟଙ୍କା ପ୍ରତି କ୍ୱିଣ୍ଟାଲ ବଢ଼ାଇ ଦିଆ ଯାଇଛି l ବୃଦ୍ଧି ହେବା ପରେ ପ୍ରତି କ୍ୱିଣ୍ଟାଲ ଗହମ ର ମୂଲ୍ୟ ୨୦୧୫ ନ୍ୟୁନତମ ମୂଲ୍ୟରେ ଗହମ କିଣା ହେବ l ଏହା ବ୍ୟତୀତ ସୋରିଷ ର ଏମଏସପି ୪୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ ବଢି ୫ ହଜାର ପଚାଶ ଟଙ୍କା କରାଯାଇଛି l

ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତା ରେ କ୍ୟାବିନେଟ କମିଟି ଅନ ଇକୋନୋମିକ ଆଫେୟାର୍ସ ର ବୈଠକ ରେ ଏହି ନିଷ୍ପତି ନିଅ ଯାଇଛି l ଯେଉଁଠାରେ ଏମଏସପି ୩୫ ଟଙ୍କାରୁ ବୃଧିହୋଇ ୧୬୩୫ ଟଙ୍କା ପ୍ରତି କ୍ୱିଣ୍ଟାଲ କରି ଦିଅ ଯାଇଛି l ସେହିଭଳି ଚଣା ର ୧୩୦ ରୁ ୫୨୩୦ , ମସୁର ଡାଲି ୪୦୦ ରୁ ୫୫୦୦ , କୁସୁମ ର ମୂଲ୍ୟ ୧୧୪ ରୁ ୫୪୪୧ କରାଯାଇଛି l ଏମଏସପି ସେହି ମୂଲ୍ୟ ଯେଉଁ ମୂଲ୍ୟରେ ସରକାର ଚାଷୀ ମାନଙ୍କ ନିକଟରୁ ଜିନିଷ କିଣି ଥାଆନ୍ତି l ବର୍ତମାନ ସରକାର ଖରିଫ ଓ ରବି ଋତୁ ର ୨୩ ଟି ଫସଲ ପାଇଁ ଏମଏସପି ସ୍ଥିର କରିଛନ୍ତି l

ଗହମ ଓ ସୋରିଷ ରବି ଋତୁର ଦୁଇଟି ମୁଖ୍ୟ ଫସଲ ଅଟନ୍ତି l ମୋଦି ସରକାର ଏମଏସପି ବୃଦ୍ଧି କରିବାର ନିଷ୍ପତି ଏପରି ସମୟରେ ନେଇଛନ୍ତି ଯେତେବେଳେ କୃଷକ ମାନେ ନୂଆ କୃଷି ନିୟମ ବିରୁଦ୍ଧରେ କୃଷକ ଆନ୍ଦୋଳନ ଜୋର ଧରିଛି l ନିକଟରେ କୃଷକ ସଂଗଠନ ଉତରପ୍ରଦେଶର ମୁଜାଫର ବାଦରେ ମହାପଞ୍ଚାୟତ କରିଥିଲେ l କିଛି ମାସ ପରେ ୟୁପି , ପଞ୍ଜାବ ସହିତ ୫ଟି  ରାଜ୍ୟର ଭୋଟ ହେବାକୁ ଯାଉଛି l କୁହାଯାଉଛି ଯେ ବିଜେପି କୁ ମଧ୍ୟ ପଞ୍ଜାବ ରେ କୃଷକ ମାନଙ୍କ ଅଶୋନ୍ତସ ର ସାମ୍ନା କରିବାକୁ ପଡିବ l

Comments are closed.