Odisha news

ସାବିତ୍ରୀ ଅମାବାସ୍ୟା ଭାର ଦେଇ ଭଉଣୀ ଘରୁ ଫେରୁଥିବା ଭାଈ ବାଇକ ଦୃଘଟଣାରେ ମୃତ, ଜଣେ ଗୁରୁତର ।

0

ଖଲ୍ଲିକୋଟ : ଭଉଣୀ ଘରେ ସାବିତ୍ରୀ ଅମାବାସ୍ୟା ଭାର ଦେଇ ଫେରୁଥିବା ବେଳେ ରାସ୍ତାରେ ବାଇକ ଦୁର୍ଘଟଣା ରେ ଭାଈ ମୃତ୍ୟୁ ବରଣ କରିଥିବା ଭଳି ଏକ ଦୁଃଖଦ ଖବର ଆମ୍ଭର ହସ୍ତଗତ ହୋଇଛି । ଭେଜିପୁଟ କଞ୍ଚଣା ପୂର୍ତ୍ତ ରାସ୍ତାର ପଥୁରୀନାଳ ବାଙ୍କରେ ଆଜି ଏହି ଦୁର୍ଘଟଣା ଘଟିଛି ।ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ବ୍ଲକର ମୁଣ୍ଡୁଳା

ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ(୪୦) ତାର ସାଙ୍ଗ ପ୍ରଦୀପ ଗୌଡ଼କୁ ନିଜ ବାଇକ ନମ୍ବର ଓଡ଼ି ୦୭ ଆର ୦୧୬୬ରେ ବସାଇ ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ତୋଟ।ଗାଁରେ ଥିବା ଭଉଣୀଙ୍କୁ ଭାର ଦେଇ ଗାଁକୁ ଫେରୁ ଥିବା ବେଳେ ପଥୁରୀନାଳ ବାଙ୍କରେ ଭାରସାମ୍ୟ ହରାଇ ବାଇକ ଟି ଏକ ଗଛରେ ପିଟିହୋଇଯାଇଥିଲା।ସ୍ଥାନୀୟ ଲୋକଙ୍କ ସହାୟତାରେ ଖଲ୍ଲିକୋଟ ମେଡ଼ିକାଲକୁ ନେବା ପରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥିଲେ।ପ୍ରଦୀପଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ଖଲ୍ଲିକୋଟ ପୋଲିସ ମେଡ଼ିକାଲ ରେ ପହଞ୍ଚି ଶବ କୁ ଜବତ କରିଛି ।ଏହି ଘଟଣା ଯୋଗୁଁ ଉଭୟ ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି ।

Leave A Reply