Odisha news

WHO ର ସୂଚନା : ଚିନ୍ତା ବଢ଼ାଉଛି ମଙ୍କିପକ୍ସ ର ସଂକ୍ରମଣ, ସତର୍କ ରହିବା ନିହାତି ଜରୁରୀ

0

ବର୍ତମାନ ବିଶ୍ୱରେ ମଙ୍କିପକ୍ସ ର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି l ବର୍ତମାନ ସୁଧା ଭାରତରେ ମଙ୍କିପକ୍ସ ର ୯ ଟି ମାମଲା କର୍ଣଫର୍ମ ହୋଇ ସାରିଛି l ଏହି ମାମଲା ଦିଲ୍ଲୀ, କେରଳ ଓ ଗୁଜୁରାଟ ରୁ ଆସିଛି l ଏଥି ମଧ୍ୟରୁ କିଛି ଲୋକଙ୍କୁ ସନ୍ଦିଗ୍ଧ ଭାବି ନିରୀକ୍ଷଣ ରେ ରଖାଯାଇଛି l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ ଏହି ରୋଗ ବ୍ୟାପିବାରୁ ଅଟକା ଯାଇ ପାରିବ l କିନ୍ତୁ ସେଥିପାଇଁ ପ୍ରତ୍ୟେକ ଦେଶର ସରକାର ଙ୍କୁ ସଚେତନ ହେବାକୁ ପଡିବ l

ନିକଟରେ ଭାରତ ସରକାର ଙ୍କ ଦ୍ୱାରା ମଙ୍କିପକ୍ସ କୁ ନେଇ ଗାଇଡ଼ ଲାଇନ ଜାରି କରିଛନ୍ତି l ଏହି ଗାଇଡ଼ ଲାଇନ ରେ ବାହାରୁ ଆସିଥିବା ବ୍ୟକ୍ତିଙ୍କ ପାଇଁ ମୁଖ୍ୟତଃ ଭାବରେ କିଛିଟା ନିୟମ ରଖା ଯାଇଛି l

– ୨୧ ଦିନ ପର୍ଯ୍ୟନ୍ତ ସଙ୍ଗରୋଧ ରେ ରହିବାକୁ ପଡିବ

– ୩ ଲେୟାର ଥିବା ମାସ୍କ ଲଗାଇବା ଉଚିତ

– ହାତ ବାରମ୍ବାର ଧୋଇବା ଉଚିତ

– ମଙ୍କିପକ୍ସ ହୋଇଥିବା ସ୍ଥାନକୁ ଘୋଡାଇ ରଖିବା ଉଚିତ

– ମଙ୍କିପକ୍ସ ଗ୍ରସିତ ରୋଗୀଙ୍କର ବ୍ୟବହାର କରାଯାଇ ଥିବା ସାମଗ୍ରୀ କୁ ବ୍ୟବହାର କରନ୍ତୁ ନାହିଁ

– ସାବୁନ, ହ୍ୟାଣ୍ଡୱାସ ଓ ସାନିଟାଇଜର ରେ ହାତ ସଫା କରିବା ଉଚିତ

ଲକ୍ଷଣ -:
– ଜ୍ୱର

– ତ୍ୱଚାର ସମସ୍ତ ସ୍ଥାନରେ ଚିକେନପକ୍ସ ଭଳି ବାହାରିବା

– ଶରୀରରେ ଯନ୍ତ୍ରଣା ଅନୁଭୂତ

– ମୁଣ୍ଡବିନ୍ଧା

– ମାଂସପେଶୀ ରେ ଯନ୍ତ୍ରଣା ଓ ଥକା ଲାଗିବା

– ଆଖିରେ ଯନ୍ତ୍ରଣା

– ନିଶ୍ୱାସ ପ୍ରଶ୍ୱାସ ରେ ଅସୁବିଧା

– ବାରମ୍ବାର ବେହୋସ ହୋଇଯିବା

– ପରିଶ୍ରା କମିବା ଇତ୍ୟାଦି ସମସ୍ୟା ଦେଖା ଯାଇଥାଏ l

Leave A Reply