Odisha news

ମଙ୍କିପକ୍ସ ଗୋଟିଏ ଭାଇରସ ନା ରୋଗ ? କଣ ରହିଛି ଗବେଷକଙ୍କ ମତ

0

ବର୍ତମାନ ସାରା ବିଶ୍ୱରେ ମଙ୍କିପକ୍ସ ର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି l ବର୍ତମାନ ସ୍ଥିତିରେ ଏହି ମଙ୍କିପକ୍ସ କୁ ନେଇ ଅନେକ ଅନେକ ନୂଆ ନୂଆ ତଥ୍ୟ ପ୍ରତିଦିନ ସାମ୍ନା କୁ ଆସୁଛି l ଇତି ମଧ୍ୟରେ ଅନେକ ଲୋକଙ୍କ ମନରେପ୍ରସ୍ନ ଉଠିଛି ମଙ୍କିପକ୍ସ ଗୋଟିଏ ଭାଇରସ ନା ଗୋଟିଏ ରୋଗ l ଏହି ବିଷୟକୁ ନେଇ ଭାରତୀୟ ଚିକିତ୍ସକ ଯିଏ କି ନୋଏଡା ସ୍ଥିତ ମାକ୍ସ ହସ୍ପିଟାଲ ରେ କାର୍ଯ୍ୟରତ ସେ ବିଶେଷ ତଥ୍ୟ ଦେଇଛନ୍ତି l

ଚିକିତ୍ସକ ମାନଙ୍କ ମତରେ ମଙ୍କିପକ୍ସ ଗୋଟିଏ ଭାଇରସ , ଯାହା ଜୀବଜନ୍ତୁ ଙ୍କ ନିକଟରୁ ମଣିଷ ମାନଙ୍କ ନିକଟକୁ ଆସିଥାଏ l ଏହାର ଅଧିକାଂଶ ଲକ୍ଷଣ ସ୍ମଲ ପକ୍ସ ଭଳି ଅଟେ l କିନ୍ତୁ
ସ୍ମଲ ପକ୍ସ ଭଳି ଏତେ ଗମ୍ଭୀର ନୁହେଁ l WHO ପକ୍ଷରୁ ମିଳିଥିବା ସୂଚନାରେ ମଧ୍ୟ ଏହା ଦର୍ଶା ଯାଇଛି ଯେ ମଙ୍କିପକ୍ସ ସ୍ମଲ ପକ୍ସ ଭଳି ମାରାତ୍ମକ ନୁହେଁ l

କଣ ରହିଛି ଗବେଷକଙ୍କ ମତ –
ଗବେଷକଙ୍କ ମତରେ ମଙ୍କିପକ୍ସ ଭାଇରସ ଗୋଟିଏ ଡବଲ ଷ୍ଟାଣ୍ଡାର୍ଡ ଡିଏନଏ ଭାଇରସ ଅଟେ l ଯାହାକି ପକ୍ସବିରିଡେ ପରିବାର ର ଅର୍ଥୋପକ୍ସଭାଇରସ ଜିନ ସମ୍ବନ୍ଧିତ ଅଟେ l ମଙ୍କିପକ୍ସ ଭାଇରସ ର ଦୁଇଟି ଅଲଗା ଅଲଗା ଅନୁବଂଶିକସମୁହ ରହିଛି l ମଧ୍ୟ ଆଫ୍ରିକା କ୍ଳେଡ଼ ଓ ପଶ୍ଚିମ ଆଫ୍ରିକା କ୍ଳେଡ଼ l ମଧ୍ୟ ଆଫ୍ରିକାର କ୍ଳେଡ଼ ଅଧିକ ଭୟଙ୍କର ଅଟେ l

କେଉଁଠୁ ଆସିଲା ମଙ୍କିପକ୍ସ-
ଜୀବଜନ୍ତୁଙ୍କ ବିଭିନ୍ନ ପ୍ରଜାତି ମଧ୍ୟରେ ମଙ୍କିପକ୍ସ ଭାଇରସ ବୟାପୀ ଥିବାର ସୂଚନା ମିଳିଛି l ଏହି ଜୀବଜନ୍ତୁ ମାନଙ୍କ ମଧ୍ୟରେ ମୂଷା, ଗୁଣ୍ଡୁଚିମୁଷା, ଭଳି ଜୀବଙ୍କ ନିକଟରୁ ଆସିଥିବାର ସୂଚନା ମିଳିଛି l ଯାହାକି ସାବଧାନ ନରହିବା ଦ୍ୱାରା ଜୀବନପ୍ରତି ବିପଦ ଆଣିଥାଏ l

Leave A Reply