Odisha news

ତ୍ରିଫଳା ଚୁର୍ଣ ଗୋଟିଏ ମହୋଷଧି , ଆସନ୍ତୁ ଜାଣିବା ଏହାର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ

0

ତ୍ରିଫଳା କହିଲେ ୩ଟି ଆୟୁର୍ବେଦ ଜଡିବୁଟି ରେ ପ୍ରସ୍ତୁତ ହୋଇଥାଏ l ତାହା ହେଉଛି ହରିଡ଼ା, ବାହାଡା, ଅଁଳା l ଏହି ୩ଟି ଫଳକୁ ମିଶାଇ ଯେଉଁ ମିଶ୍ରଣ ପ୍ରସ୍ତୁତ ହୋଇଥାଏ ତାହାକୁ ତ୍ରିଫଳା ଚୁର୍ଣ୍ଣ କୁହାଯାଏ l ଏହାକୁ ଆୟୁର୍ବେଦରେ ମହୋଷଧି ବୋଲି କୁହାଯାଇ ଥାଏ l ଏହାଛଡା ତ୍ରିଫଳା ନିୟମିତ ଭାବରେ ସେବନ କରିବା ଦ୍ୱାରା ମଧୁମେହ, ଉଚ୍ଚ ରକ୍ତଚାପ, ଭଳି ଗମ୍ଭୀର ଶରୀର ସମସ୍ୟା ଦୂର ହୋଇଥାଏ l ଆସନ୍ତୁ ଆଜି ଜାଣିବା ଏହାର କିଛିଟା ଅଦ୍ଭୁତ ଲାଭ ବିଷୟରେ l

– ଓଜନ ହ୍ରାସ କରିବାରେ ସାହାଯ୍ୟ କରେ -:
ଯଦି ଆପଣ ଓଜନ ବୃଦ୍ଧି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ତ୍ରିଫଳା ଆପଣଙ୍କ ପାଇଁ ଖୁବ ଫଳପ୍ରଦ l ଆୟୁର୍ବେଦ ଅନୁସାରେ ତ୍ରିଫଳାର ଏପରି ଗୁଣ ରହିଛି ଯାହା କି ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ତେଣୁ ନିୟମିତ ରାତିରେ ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚ ତ୍ରିଫଳା ଚୁର୍ଣ୍ଣ ମିଶାଇ ରଖନ୍ତୁ , ପରଦିନ ଏହାକୁ ସକାଳୁ ଭଲରେ ଚୁଲିରେ ଫୁଟାଇ ନିଅନ୍ତୁ ଯେପରି ପାଣି ଅଧା ହୋଇଯିବ l ଏହାପରେ ଏହି ପାଣିରେ ଦୁଇଚାମଚ ମହୁ ମିଶାଇ ସେବନ କରନ୍ତୁ l କିଛିଦିନ ଏହାକୁ ସେବନ କରିବା ଦ୍ୱାରା ଧୀରେ ଧୀରେ ଆପଣଙ୍କ ଓଜନ ହ୍ରାସ ହେବ l

– ମ୍ୟାଲେରିଆ ପାଇଁ ଲାଭକାରୀ -:
ଗ୍ରୀଷ୍ମ ଋତୁରେ ଓ ବର୍ଷା ଋତୁରେ ମ୍ୟାଲେରିଆ ସମସ୍ୟା ଅଧିକ ଦେଖା ଯାଇଥାଏ l ମଶା ମାନଙ୍କ ଦ୍ୱାରା ବ୍ୟାପିଥିବା ଏହି ରୋଗଟି ଖୁବ ଭୟାନକ ପରିସ୍ଥିତି ସୃଷ୍ଟି କରିଥାଏ l ତ୍ରିଫଳା ଚୁର୍ଣ୍ଣ ମ୍ୟାଲେରିଆ ଠାରୁ ଦୁରେଇ ରଖିଥାଏ l ଏହାକୁ ପ୍ରତ୍ୟେକ ବୟସରେ ବ୍ୟକ୍ତି ସେବନ କରିପାରିବେ l ତ୍ରିଫଳା ଚୂର୍ଣ୍ଣରେ କାଢା ପ୍ରସ୍ତୁତ କରି ନିୟମିତ ସେବନ କରିବା ଦ୍ୱାରା ମ୍ୟାଲେରିଆ ଜ୍ବରରୁ ଆରାମ ମିଳିଥାଏ l

– ମୂତ୍ର ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ -:
ତ୍ରିଫଳାଚୁର୍ଣ ମୂତ୍ର ସମ୍ବନ୍ଧୀୟ ସମସ୍ୟା ପାଇଁ ଖୁବ ଉପଯୋଗୀ l ଏହାକୁ ସେବନ କରିବା ଦ୍ୱାରା ରହି ରହି ପରିସ୍ରା ସମସ୍ୟା, ପରିସ୍ରା ପୋଡା ଇତ୍ୟାଦି ସମସ୍ୟା ଦୂର ହୋଇଥାଏ l ମୂତ୍ର ସମସ୍ୟା ଦୂର କରିବା ପାଇଁ ତ୍ରିଫଳା ଚୁର୍ଣ ଓ ଗୁଡ଼କୁ ମିଶାଇ ସେବନ କରିବା ଦ୍ୱାରା ସମସ୍ୟା ଦୂର ହୋଇଥାଏ l

– ଭୋକ ସମସ୍ୟା ଠିକ କରିଥାଏ -:
ତ୍ରିଫଳାଚୁର୍ଣ ପେଟ ସମସ୍ୟା ପାଇଁ ଖୁବ ହିତକର l ଯଦି କୌଣସି ବ୍ୟକ୍ତିଙ୍କୁ ଭୋକ ସମସ୍ୟା ଦେଖା ଦେଉଛି ତେବେ ନିୟମିତ ଭାବରେ ଖାଲି ପେଟରେ ତ୍ରିଫଳାଚୁର୍ଣ ଓ ଉଷୁମପାଣି ସେବନ କରିବା ଦ୍ୱାରା ଆରାମ ମିଳିଥାଏ l ପାଚନ ସମସ୍ୟା ଦୂର କରିଥାଏ ତ୍ରିଫଳାଚୁର୍ଣ l

– କେଶ ଝଡ଼ିବା ଦୂର କରିଥାଏ -:
ଆଜିକାଲି ପ୍ରାୟ ଅଧିକାଂଶ ଲୋକଙ୍କର କେଶ ଝଡ଼ିବା ସମସ୍ୟା ଦେଖାଯାଉଛି ଓ କେଶ ଝଡ଼ିବା ସମସ୍ୟାକୁ ଦୂର କରିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି l ଆୟୁର୍ବେଦ ଅନୁସାରେ ତ୍ରିଫଳାଚୁର୍ଣ ସେବନ କରିବା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ l ନିୟମିତ ଭାବରେ ତ୍ରିଫଳାଚୁର୍ଣ ପାଣିରେ ଫୁଟାଇ ସେବନ କରିବା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ l

– ମଧୁମେହ ଓ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ -:
ଯଦି ଆପଣ ମଧୁମେହ ଓ ରକ୍ତଚାପ ସମସ୍ୟାରେ ଗତି କରୁଛନ୍ତି ତେବେ ନିୟମିତ ସକାଳୁ ଉଠିବା ମାତ୍ରକେ ତ୍ରିଫଳାଚୁର୍ଣ ସେବନ କରି ଉଷୁମ ପାଣି ସେବନ କରନ୍ତୁ l ଏହା ରକ୍ତଚାପ ଓ ମଧୁମେହ ସମସ୍ୟା ଦୂର କରିବ l

Leave A Reply